ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭକ୍ତଙ୍କ ପାଇଁ ଖୋଲିଛି ବଡ଼ଦେଉଳର ଚାରି ଦ୍ୱାର |  ରାଜ୍ୟରେ ଭାଜପା ସରକାରକୁ ଆସିବା ପୂର୍ବରୁ ଅନେକ ପ୍ରତିଶ୍ରୁତି ଲୋକଙ୍କ ଆଗରେ ରଖିଥିଲା। ଯେପରିକି ଦଳ ରାଜ୍ୟରେ ସରକାର ଗଠନ କରିବାର କିଛି ସମୟ ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାର ପ୍ରତିଶ୍ରୁତି ଦେଇଥିଲା। ସେହିକ୍ରମରେ ଦଳ ସରକାରକୁ ଆସିବା କ୍ଷଣି ପ୍ରଥମ ପଦକ୍ଷେପ ଭାବେ ଶ୍ରୀମନ୍ଦିର ଚାରିଦ୍ୱାର ମଧ୍ୟ ଖୋଲିଲା।

ହେଲେ ପ୍ରବଳ ଭିଡ଼ କାରଣରୁ ଏବେ ଶ୍ରୀମନ୍ଦିରକୁ ଦର୍ଶନ କରିବା ଲାଗି ଯାଉଥିବା ଭକ୍ତମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଖବର ଦୃଷ୍ଟିକୁ ଆସଛି। ତେବେ ଆଜି ପୂର୍ବଭଳି ଶ୍ରୀମନ୍ଦିର ଭିତରେ ସାତପାହାଚଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରକୁ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଛଡ଼ାଯାଇଛି। କିନ୍ତୁ ଭକ୍ତ ନାଟମଣ୍ଡପ ଭିତରକୁ ଦର୍ଶନ ପାଇଁ ଯାଉଥିବା ଭକ୍ତ ବାହାରକୁ କିପରି ବାହାରିବେ ତାର ବ୍ୟବସ୍ଥା କରାଯାଇନାହିଁ | ଯେଉଁ ଦ୍ୱାରା ଦେଇ ଭକ୍ତ ଯାଉଥିଲେ ସେଇ ଦ୍ୱାରା ଦେଇ ବାହାରକୁ ଆସିବାକୁ ଥିବାବେଳେ ଭିତରେ ଫସିରହୁଥିଲେ ଭକ୍ତ |

ସେପଟେ ବାହାରୁ ଚାରିଦ୍ବାର ଦେଇ ଭକ୍ତ ଧାଡ଼ିରେ ଯାଉଥିଲେ ମଧ୍ୟ ସାତପାହାଚ ବ୍ୟାରିକେଡ୍‌ଠାରେ ଅଟକୁଥିଲେ। ଯାହା ଭିତର ବେଢ଼ାରେ ବି ଅସମ୍ଭାଳ ଭିଡ଼ ଜମାଇଥିଲେ |  ଏନେଇ ଆଇନ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଛୁଟିଦିନ ଥିବାରୁ ଭକ୍ତଙ୍କ ଭିଡ଼ ଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି। ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଆଜିଠୁ ଧୀରେ ଧୀରେ ଦର୍ଶନ ଶୃଙ୍ଖଳିତ ହୋଇଛି। ସମସ୍ତଙ୍କ ସହଯୋଗ ରହିଲେ ଦର୍ଶନ ଆହୁରି ବ୍ୟବସ୍ଥିତ ହୋଇପାରିବ।

Leave A Reply

Your email address will not be published.