ଓଡ଼ିଆ ନ୍ୟୁଜ୍: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଶେଷ।ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ସୂଚନା। ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା ହୋଇଛି।ଆସନ୍ତା ବଜେଟ୍ରେ କଣ ନୂଆ ପଦକ୍ଷେପ ନିଆଯିବ ଆଲୋଚନା ହୋଇଛି।କ୍ଷେତ୍ର ପରିଦର୍ଶନ ବେଳେ ଅନ୍ୟାନ୍ୟ ଦିଗ ସହ ପାନୀୟ ଜଳ କଥା ବୁଝିବେ।କାରଣ ପାନୀୟ ଜଳ ସମସ୍ୟାକୁ ନେଇ ଟିକେ ଅସନ୍ତୋଷ ରହି ଆସିଛି। ଆସନ୍ତା ବଜେଟ୍ରେ କଣ ନୂଆ ପଦକ୍ଷେପ ନିଆଯିବ ଆଲୋଚନା ହୋଇଛି।ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ପଏଣ୍ଟର କାର୍ଯ୍ୟକାରୀ ପାଇଁ ଆଲୋଚନା।ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ VCରେ ବୈଠକ ହେବ।ପ୍ରତି ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍ ୱିଣ୍ଡୋ ବୈଠକ। ଯାହାଦ୍ବାରା ସଚିବ ଓ ଜିଲ୍ଲାପାଳଙ୍କୁ ସେମାନଙ୍କ କାର୍ଯ୍ୟ କରିବା ସହଜ ହେବ।
ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ସୂତ୍ରୀ ଉପରେ ବିଭାଗ ଗୁଡିକ କ’ଣ ନିଜେ ନିଜର ପ୍ରସ୍ତୁତି କରିଛନ୍ତି ତା ଉପରେ ବୈଠକରେ ଆଲୋଚନା ହୋଇଛି। ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ମୁଖ୍ୟ ଲକ୍ଷ୍ୟ ରହିଛି। ସଚିବମାନେ ଫିଲ୍ଡ ଭିଜିଟ ବେଳେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ସମୀକ୍ଷା କରିବେ। ଏହା ସହ ଆସନ୍ତା ପୂର୍ଣ୍ଣାଙ୍ଗ ବଜେଟ ଉପରେ ବିଭାଗ ଗୁଡିକ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।