ବଦଳିଲା କଟକ ବାଲିଯାତ୍ରା ନାଁ

0

ଓଡ଼ିଆ ନ୍ୟୁଜ୍: ନଭେମ୍ୱର ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି। ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ୍।ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ।ବାଲିଯାତ୍ରା ନାଁ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳଙ୍କ ସୂଚନା।ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ଜିଲ୍ଲାପାଳ।ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା।

ସୂଚନା ମୁତାବକ, ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଚଳିତ ବର୍ଷର ବାଲିଯାତ୍ରା । ଟ୍ରାଫିକ ଜାମ୍ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ଏଥର ବାଲିଯାତ୍ରା ହେବନାହିଁ । କେବଳ ତଳ ବାଲିଯାତ୍ରା ପଡ଼ିଆରେ ହେବ ବାଲିଯାତ୍ରା । ୩୪ଏକର ପରିବର୍ତ୍ତେ ଏଥର କେବଳ ୬୦ଏକର ଜାଗାରେ ବାଲିଯାତ୍ରା ହେବ ବୋଲି ଜଣାଯାଇଛି। ବାଲିଯାତ୍ରା ସମ୍ବନ୍ଧୀୟ ସବୁ ତଥ୍ୟ ଏବେ ବାଲିଯାତ୍ରା ପୋର୍ଟାଲରେ ରହିବ । ବିଶେଷ କରି ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଥିରେ ରହିବ ।

Leave A Reply

Your email address will not be published.