ପୋଲିସର ଅବହେଳା ,ଖାମ ଖିଆଲି ମନୋଭାବ ଓ ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇଲା କଟକ ନଗର ବିଜେପି 

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ମୋବାଇଲ ଚୋରି ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତ ଭିଆଇପି ରୋଡରୁ ଫେରାର ହୋଇ ମହାନଦୀ ଭିତରେ ଡେଇଁ ମୃତ୍ୟୁ ଘଟିବା ଆଜି ସମସ୍ତ ଙ୍କ ପାଇଁ ଏକ ଆଶ୍ଚର୍ଯ୍ୟ ର ବିଷୟ ପାଲିଟିଛି । ସେପଟେ ଅଭିଯୁକ୍ତ ଶଙ୍କର୍ଷଣର ପରିବାର ଲୋକ ସହିତ ବଡ ମେଡିକାଲ ରେ କଟକ ନଗରର ଏକ ଟିମ୍ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମି ରେଖା ଦାସ , ୟାଇ ୱାଣୀ , କଳ୍ପନା ବେହେରା , ମଣ୍ଡଳ ସଭାପତି ରତନ ମହାନ୍ତି , ଦେବାନନ୍ଦ ସିଂ , ମିଡିଆ ସଂଯୋଜକ ସୁବାଷ ମହାନ୍ତି , ଶରତ ଭୋଳ , ରାକେଶ ସାହୁ , ରଞ୍ଜନ ବେହେରା କୃଷ୍ଣ ମହାପାତ୍ର, ପ୍ରମ୍ମୁଖ ଅନେକ କାର୍ଯ୍ୟକର୍ତ୍ତା ଭେଟି ତାଙ୍କ କହିବା ଅନୁସାରେ ପୋଲିସ ଦୁଇ ଦିନ ହେବ ଥାନାରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲା। ତାପରେ ସେଠାରେ ଫାଣ୍ଡିର ଅଧିକାରୀ ମାନଙ୍କ ସହିତ କଥା ହୋଇ ଡିସିପି ଙ୍କୁ ଭେଟି ତାର ପରିବାରକୁ ଉଚିତ୍ ନ୍ୟାୟ ସାହାଯ୍ୟ ସହଯୋଗ କରି ଯେଉଁ ଅଧିକାରୀ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଟାନ ପାଇଁ ଦାବୀ ରଖିଛି।

Leave A Reply

Your email address will not be published.