ଧାମନଗର ବିଜୟ ପାଇଁ କଟକ ନଗର ବିଜେପିର ବିଜୟ ଉତ୍ସବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଆଜି ଧାମନଗର ଉପନିର୍ବାଚନ ରେ ବିଜେପିର ବିଜୟ ଘୋଷଣା ପରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କଟକ ନଗର କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ଗୌରୀଶଙ୍କର ପାର୍କ ଠାରେ ବାଜା, ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ବଡ଼ ଧୁମ ଧାମରେ ବିଜୟ ଉତ୍ସବ ପାଳନ କରିଥିଲେ. କାର୍ଯ୍ୟକର୍ତ୍ତା ମାନେ ସେହି ଅଂଚଳରେ ନଗର ପରିକ୍ରମା କରିଥିଲେ। ଶ୍ରୀ ବଡୁ କହିଛନ୍ତି ଏହା ଦୀର୍ଘ ଦିନ ଧରି ମଦ ମତ୍ତ ହୋଇ ଘୋର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ରେ ବୁଡି ରହିଥିବା ରାବଣ ସମ ଅହଂକାରୀ ନବୀନ ସରକାରର ପରାଜୟ ଅପର ପକ୍ଷେ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜିଙ୍କ ପ୍ରେରଣାରେ ନିରନ୍ତର ଦେଶର ବିକାଶ ପାଇଁ କାର୍ଯ୍ୟରତ ବିଜେପିର ସଂଗଠିତ ଦେଶଭକ୍ତ କାର୍ଯ୍ୟକର୍ତ୍ତା ସେନାଙ୍କ କଠୋର ପରିଶ୍ରମ ତଥା ଧାମନଗର ବାସୀଙ୍କ ଦିବଂଗତ ବିଜେପି ବିଧାୟକ ବିଷ୍ଣୁଭାଇଙ୍କୁ ଭଲପାଇବାର ବିଜୟ ଅଟେ। ଏହି ବିଜୟ ଉତ୍ସବ ରେ କର୍ପୋରେଟର ଗଗନ ଓଝା, ଦୀପକ ଦାସ,ବିଶ୍ୱରଞ୍ଜନ ମିଶ୍ର, ସବ୍ୟସାଚି ମହାପାତ୍ର ,ଲଲାଟେନ୍ଦୁ ଦାସ, ଦେବାନନ୍ଦ ସିଂ,ରତନ ମହାନ୍ତି, ପ୍ରବୀଣା ମହାପାତ୍ର,ମହମ୍ମଦ ସବିର, ସଂଗ୍ରାମ ସିଂ, ପୂର୍ବତନ କର୍ପୋରେଟର ବିଜୟ ଦଳେଇ,କଲ୍ୟାଣୀ ମହଲା,ସୁଶାନ୍ତ ମହାନ୍ତି, ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ଗଙ୍ଗାଧର ସାହୁ,ଅନୁପମ ଦାସ, ରଞ୍ଜନ ବେହେରା ,ଆକିବ ସୟୀଦ, ସୁଜାତା ଭରଦ୍ୱାଜ, ସଂଯୁକ୍ତା ମିଶ୍ର, ରୀତା ମହାପାତ୍ର, ଜ୍ଞାନ ଦାସ,ସତ୍ୟଜିତ ମହଲା,ଶୁଭ୍ରା ଜ୍ୟୋସ୍ନା ମହାନ୍ତି, ଦୀପକ କାହାଳୀ,ଅଜୟ ସିଂ, ନବ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.