ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଭାରତୀୟ ଜନତା ପାର୍ଟି କଟକ ନଗର ଶାଖା ତରଫରୁ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଭାଜପାର କର୍ପୋରେଟର ଓ ପ୍ରମୁଖ କାର୍ଯ୍ୟକର୍ତାଙ୍କ ଏକ ପ୍ରତିନିଧି ଦଳ ଜଳବନ୍ଦୀ ପ୍ରଭାବିତଙ୍କ ନିକଟରେ ପହଞ୍ଚିଥିଲେ। ଚଳିତ ଲଗାଣ ବର୍ଷାରେ ଜଳବନ୍ଦୀରେ ବହୁ ଲୋକ ପ୍ରଭାବିତ ହୋଇଥିବାରୁ ସେମାନଙ୍କୁ ତତ୍କାଳ ଜଳବନ୍ଦିରୁ ମୁକ୍ତିଦେବା,ଦୁଇ ତିନିଦିନ ହେବ ତାଙ୍କ ଘରେ ଚୁଲି ଜଳିନଥିବାରୁ ରିଲିଫ ଶୀଘ୍ର ଯୋଗାଇ ଦେବା ତଥା ବର୍ଷା ପରେ ପରେ ଡେଙ୍ଗୁ ମେଲେରିଆରୁ ବଂଚିବା ପାଇଁ ପରିମଳ ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଏକ ଦାବୀ ପତ୍ର କଟକ ମହାନଗର ନିଗମ କମିଶନର ଶ୍ରୀ ପୱନ କଲ୍ୟାଣ ମହୋଦୟଙ୍କୁ ଦେଇଥିଲେ।
ଏହି ସମସ୍ୟା ଆସିବ ବୋଲି ପୂର୍ବରୁ ଭାଜପା ବହୁବାର ସତର୍କ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିବାରୁ ପ୍ରତିନିଧି ଦଳ ଘୋର ଉଦବେଗ ପ୍ରକାଶ କରିଥିଲେ ଏବଂ ରିଲିଫ ଯଦି ସରକାର ଯୋଗାଇବ ନାହିଁ, ତେବେ ତାହାର ବିକଳ୍ପ କଟକିଆଙ୍କ ସହଯୋଗରେ ଭାଜପା କରିବାକୁ ପ୍ରସ୍ତୁତ ଅଛି ବୋଲି ଭାଜପା ସଭାପତି କହିଥିଲେ। କମିଶନର ଉତ୍ତରରେ କହିଥିଲେ ଲିଖିତ ସମସ୍ତ ଦାବୀ ନ୍ୟାୟୋଚିତ ଥିବାରୁ ସବୁ ଦାବୀ ତତ୍କାଳ ପୂରଣ କରାଯିବାକୁ ପ୍ରତିଶୃତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ଭାଗିରଥି ଦଳେଇ, ରଶ୍ମିରେଖା ଦାସ, କର୍ପୋରେଟର ଗୋପାଳ ବେହେରା, ଗଗନ ଓଝା,ଦୀପକ ଦାସ,ମମତା ମହାନ୍ତି, ଲକ୍ଷ୍ମୀଧର ବେହେରା,ଲିପ୍ସା ନାଏକ, ରାକେଶ ସ୍ୱାଇଁ, ମଣ୍ଡଳ ସଭାପତି ରତନ ମହାନ୍ତି, ଲଲାଟେନ୍ଦୁ ଦାସ,ଚିରଞ୍ଜୀବ ଖଣ୍ଡାୟତ ରାୟ, ମହେନ୍ଦ୍ର ମହାନ୍ତି, ମହେନ୍ଦ୍ର ଶୁକ୍ଲା ,ମହମ୍ମଦ ସବିର, ହରିଚନ୍ଦନ ନାୟକ, କଲ୍ୟାଣୀ ମହଲା, ସଞ୍ଜୀବ ମହାପାତ୍ର,ସଞ୍ଜୀବ ରଣା, ନିଲୁ ସେଠି,ସତ୍ୟଜିତ ମହଲା,ରୁଦ୍ରମାଧବ ପଣ୍ଡା, ଉର୍ମିଳା ଜେନା, ବିନୟ ଭୂଷଣ ଦାସ ପ୍ରମୁଖ ସ୍ଥାନୀୟ ଭାଜପା ନେତା ଉପସ୍ଥିତ ଥିଲେ।