ଦେବଗଡ଼ ବିଧାୟକଙ୍କୁ ନିସର୍ତ୍ତ ଖଲାସ ଓ ବିଶୃଙ୍ଖଳିତ ବିଡ଼ିଓଙ୍କୁ ଗିରଫ ଦାବିରେ କଟକ ଭାଜପାର ଗଣଧାରଣା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର
ଓଡିଆ ନ୍ୟୁଜ୍(ବ୍ୟୁରୋ): ଦେବଗଡ଼ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ଙ୍କୁ ଗିରଫ ପ୍ରତିବାଦରେ ଏବଂ ଦୋଷୀ ତିଲେଇବଣି ବ୍ଲକର ବିଡ଼ିଓଙ୍କୁ ଗିରଫ ଦାବୀରେ ଆଜି ତା୦୬-୦୫-୨୦୨୨ରିଖରେ ଭାଜପା କଟକନଗର ତରଫରୁ କଟକଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା।ଧାରଣାରେ ବକ୍ତାମାନେ ରାଜ୍ୟ ସରକାରଙ୍କର ଏହା ପକ୍ଷପାତ ନୀତିକୁ ଘୋର ସମାଲୋଚନା କରି କହିଥିଲେ,ବ୍ଲକ ସରକୁଲାର ୪୭ର ଅବମାନନା କରି ପରୋକ୍ଷରେ ବିଡ଼ିଓଙ୍କ ବିଶୃଙ୍ଖଳିତ ଆଚରଣକୁ ଉତ୍ସାହିତ କରିବା ଲୋକତନ୍ତ୍ର ପାଇଁ ବିଶ୍ୱାସଘାତକତା। ଜନ ପ୍ରତିନିଧି ତଥା ଲୋକ ପ୍ରିୟ ବିଧାୟକ ଶ୍ରୀ ସୁବାଷ ବାବୁଙ୍କ ଏଫ ଆଇ ଆର କୁ ଗୁରୁତ୍ବ ନଦେଇ ,ବିଡ଼ିଓଙ୍କ କଥାରେ ବିନା ସରଜମିନ ତଦନ୍ତରେ ପୋଲିସ ମାନ୍ୟବର ବିଧାୟକଙ୍କୁ ଗିରଫ କରିବା ,ଘୋର ରାବଣ ରାଜର ସଙ୍କେତ। ଲୋକଙ୍କ ପାଇଁ ସଦା କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁଥିବା ଲୋକ ପ୍ରତିନିଧି ମାନଙ୍କୁ ଏହିଭଳି ଅପମାନିତ କରିବା ପାଇଁ ,ନବୀନ ସରକାରର ଇଙ୍ଗିତରେ ଦୁରାଚାରୀ,ଭ୍ରଷ୍ଟାଚାରି ପ୍ରଶାସନ ହାତବାରିସୀ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ନିସର୍ତ୍ତରେ ଦେବଗଡ଼ ବିଧାୟକଙ୍କୁ ଖଲାସ କରିବା ଏବଂ ୨୪ ଘଣ୍ଟା ମଧ୍ୟରେ ବିଡ଼ିଓଙ୍କୁ ଗିରଫ କରିବା , ନଚେତ ଭାଜପା ରାଜରାସ୍ତାକୁ ଓଲ୍ହାଇବ ବୋଲି ବକ୍ତାମାନେ ମାନ୍ୟବର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଜ୍ୟ ସରକାରଙ୍କୁ ବାଧ୍ୟ କରିବା ପାଇଁ ଦାବୀ କରିଥିଲେ ଓ ଏହାକୁ କଟକ ଏସପି ମହୋଦୟଙ୍କୁ ଦେଇଥିଲେ।
କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣଧାରଣା ରେ ରାଜ୍ୟର ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି, ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ରଶ୍ମିରେଖା ଦାସ,ବରିଷ୍ଠ ନେତା ଲଷ୍ମୀଧର ପ୍ରଧାନ,ବିଶ୍ୱରଞ୍ଜନ ମିଶ୍ର,ବିଜୟ ଦଳେଇ,କର୍ପୋରେଟର ସର୍ବଶ୍ରୀ ଗୋପାଳ ବେହେରା,ଗଗନ ଓଝା,ଦୀପକ ଦାସ ଓ ଲକ୍ଷ୍ମୀଧର ବେହେରା,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ବିକାଶ ବେହେରା,ନଗର ଉପସଭାପତି ଦେବାଶିଷ ରାୟ,ଭାଗିରଥି ଦଳେଇ ଓ କଳ୍ପନା ପଟ୍ଟନାୟକ, ମୋର୍ଚ୍ଚା ସଭାପତି ମହମ୍ମଦ ସବିର ଓ ସତ୍ୟବ୍ରତ ମିଶ୍ର,କାଠଯୋଡ଼ି ମଣ୍ଡଳ ସଭାପତି ଶ୍ରୀ ରତନ ମହାନ୍ତି,ଜୟକୃଷ୍ଣ ସ୍ବାଇଁ,କୃଷ୍ଣଚନ୍ଦ୍ର ମହାପାତ୍ର, ସୁବାଷ ମହାନ୍ତି, କାମାକ୍ଷା ପ୍ରସାଦ ମିଶ୍ର,ରମେଶ ପ୍ରଧାନ,ସନ୍ଦିପ ଚିନାରା,ସତ୍ୟ ରାୟ,ୱାଇ ୱାଣୀ,ବ୍ରହ୍ମାନନ୍ଦ ସିଂ,ଅଜୟ ସିଂ,ସଂଗ୍ରାମ ସିଂ,ବିଚିତ୍ରାନନ୍ଦ ମାଝୀ,ସୁଶାନ୍ତ ମହାନ୍ତି, ସଂଜୀବ ରଣା,କଲ୍ୟାଣି ମାହାଲା,ପି ଶ୍ରୀନିବାସ ରେଡି,ସ୍ମିତା ସିଂ,ଶିବସଙ୍କର ଦାସ,ସତ୍ୟରଞ୍ଜନ ଦଳେଇ,ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ସଂଜୀବ ମହାପାତ୍ର, ଖିତିଶ ବେହେରା, ଜିତେନ୍ଦ୍ର ସାହୁ,ଜୀବନଜ୍ୟୋତି ଦାସ,ଅଭିନ୍ନ ଦେଓ,ଦେବୀପ୍ରସାଦ ମହାପାତ୍ର, ମାନସ ଓଝା,ଶାଶ୍ୱତ ନାଏକ,ଜୁନେଦ ଖାଁ, ମହମ୍ମଦ ମୁସ୍ତାକିମ,ସତ୍ୟଜିତ ବାରିକ,ପୂର୍ନେନ୍ଦୁ ମହାନ୍ତି,ଜ୍ଞାନ ରଂଜନ ଦାସ,ରାକେଶ ସାହୁ,ପ୍ରଦୀପ ସ୍ବାଇଁ, କୃପାସିନ୍ଧୁ ବିଶ୍ୱାଳ,ଦୀପକ ସାହୁ,ପ୍ରଦୀପ୍ତ ତିୱାରୀ,ସଞ୍ଜୀବ ସ୍ବାଇଁ ଓ କାଳନ୍ଦୀ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।