କଟକ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ କରାଯାଇଛି ପ୍ରତିବାଦ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଟକ ନଗର ଜିଲା କଂଗ୍ରେସ କମିଟି ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜାତୀୟ କଂଗ୍ରେସର ଆହ୍ୱାନ କ୍ରମେ ସାରା ଦେଶରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ ଓ ଧର୍ମଘଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାରବାଟି ବିଧାୟକ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଡିପିଓ ଗଡା ନିକଟରୁ ବାହାରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଓ ମୁଢି, ଗୁଡ଼, ଖଇ ଆଦିରେ ଜିଏସଟି ଲାଗୁ ପ୍ରତିବାଦରେ ଏବଂ ସରକାରଙ୍କ ବିଫଳତାକୁ ଦାୟୀ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନ୍ୟ ପଟରେ ସରକାର ଦରବୃଦ୍ଧିରେ ନିୟନ୍ତ୍ରଣ କରି ନ ପାରି ବିରୋଧୀ ନେତାଙ୍କ ବିରୋଧରେ ସିବିଆଇ ଓ ଇଡି ଲଗାଇ ରାଗ ଶୁଝାଉଛନ୍ତି ବୋଲି କଂଗ୍ରେସ ନେତା ମହମ୍ମଦ ମୋକିମ ଅଭିଯୋଗ କରିଛନ୍ତି।
ବାଇଟ: ମହମ୍ମଦ ମୋକିମ, କଂଗ୍ରେସ ନେତା

Leave A Reply

Your email address will not be published.