ରାସ୍ତା କାମ ପାଇଁ ଅଧିକାରୀ ମାଗୁଥିଲେ ଲାଞ୍ଚ, ପରିବା ଲାଞ୍ଚ ଧରି ଅଫସିରେ ପହଞ୍ଚିଲେ କଟକ ଜିଲ୍ଲା କଂଗ୍ରେସର କର୍ମୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଭୁବନେଶ୍ୱର ସ୍ଥିତ ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲା କଂଗ୍ରେସ ସଭାପତି  ମାନସ ଚୌଧୁରୀ ଙ୍କ ନେତୃତ୍ୱ ରେ କଟକ ଜ଼ିଲ୍ଲା ର କିଛି ଚାଷୀ ଏବଂ ଅନ୍ୟାନ୍ୟ ବର୍ଗ ର ଲୋକ ପ୍ରାଚୀ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି କଟକ ସଦର ବ୍ଲକ ଅନ୍ତର୍ଗତ ଖଣ୍ଡେଇତା ପଞ୍ଚାୟତ ର କେନାଲ ବନ୍ଧ ରାସ୍ତା ଓ କେନାଲ ର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚରାଉଚରା କରିଥିଲେ। ଏହି ରାସ୍ତା କାମ ପାଇଁ ଉକ୍ତ ଅଧିକାରୀ ଲାଞ୍ଚ ମାଗୁଥିବାର ଅଭିଯୋଗ ଆସିଥିଲା। ରାସ୍ତା କାମପାଇଁ ଯେତେ ଅନୁରୋଧ କଲେବି ସମ୍ପୃକ୍ତ ଅଧିକାରୀ ଶୁଣିଲେ ନାହିଁ। ବିନା ଲାଞ୍ଚ ରେ କାମ ହୋଇପାରିବ ନାହିଁ ବୋଲି ଜାଣିବା ପରେ ସ୍ଥାନୀୟ ଅଧିବାସୀ ହତାଶ ହୋଇପଡ଼ିଥିଲେ।

ସେମାନେ ଏ ସଂକ୍ରାନ୍ତ ରେ କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଙ୍କୁ ଅବଗତ କରାଇଲେ। ଆଜି ମାନସ ଚୌଧୁରୀ ଏବଂ ଖଣ୍ଡେଇତା ପଂଚାୟତର ସ୍ଥାନୀୟ ବାସିନ୍ଦା ପ୍ରାଚୀ ଡିଭିଜନ ଯାଇ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ କିଛି ପରିବାପତ୍ର ପ୍ୟାଣ୍ଟ ସାର୍ଟ ଦେଇ ଏହି ରାସ୍ତା କରିଦେବାକୁ ଅନୁରୋଧ କରିଥିଲେ। ଯେହେତୁ ସେମାନେ ଚାଷୀ ଓ ଗରିବ ଶ୍ରେଣୀ ର ଲୋକ ସେଥିପାଇଁ ସେମାନେ ଟଙ୍କା ଲାଞ୍ଚ ଦେବାପାଇଁ ଅକ୍ଷମ ବୋଲି କହିଥିଲେ ।  ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ନିଜର ଭୁଲ ସ୍ୱୀକାର କରି ଏକ ସପ୍ତାହ ମଧ୍ୟରେ ରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ନିଆରା ଢଙ୍ଗ ରେ ସବୁବେଳେ ଜନସାଧାରଣ ଙ୍କ ସମସ୍ୟା କୁ ନେଇ ପ୍ରତିବାଦ କରିଥାନ୍ତି।  ଆଜି ମଧ୍ୟ ସେଠାରେ ଅନେକ ଯୁବ ଚାଷୀ ମୁହଁରେ ମାନସ ଚୌଧୁରୀଙ୍କ ମୁଖା ପିନ୍ଧି ଏବଂ ହାତରେ “ମୁଁ ମାନସ ଚୌଧୁରୀ ” ଶୀର୍ଷକ ପ୍ଲାକାର୍ଡ ଧରି ଅଧିକାରୀଙ୍କ ନିକଟରେ ବିକ୍ଷୋଭ କରିଥିଲେ।  କlରଣ ସମ୍ପୃକ୍ତ ରାସ୍ତାକାମ ପାଇଁ ଅନୁରୋଧ କରିଥିବା ଚାଷୀମାନେ ଯେତେବେଳେ ତାଙ୍କର ଦାବିକୁ ମାନସ ଚୌଧୁରୀ ଙ୍କର ସମର୍ଥନ ଅଛି ବୋଲି କହିଥିଲେ, ସେତେବେଳେ ଅଫିସର ଜଣକ ଉକ୍ତ ଚାଷୀଙ୍କୁ ଅପମାନ ଦେବାସହ କହିଥିଲେ ଯେ “ସେ କିଏ ମୁଁ ଜାଣିନି ‘”।
ଅନ୍ୟ ଏକ ଘଟଣା ରେ ଜଣେ ବିରୋଧୀ ଦଳର କର୍ପୋରେଟର କଟକ ମେୟର ସୁବାଷ ସିଂ ଙ୍କ ନିକଟରେ ନିଜ ୱାର୍ଡ ର ଉର୍ନ୍ନତି ମୂଳକ କାଯ୍ୟର ଦାଵୀ କରିଥିଲେ ଏବଂ ସୁବାଷ ସିଂ ଏହାର ଉତ୍ତର ରେ କହିଥିଲେ ଯେ ତାଙ୍କ ସରକାରୀ ଅଫିସର ବାଥରୁମ କବାଟ ଲଗାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ | ଏହି ପ୍ରସଙ୍ଗରେ ମାନସ ଚୌଧୁରୀ ଏକ କବାଟ ଏବଂ ଫିଟିଙ୍ଗ ବାବଦକୁ ୫୦୦ ଟଙ୍କା କଟକ ମୁନସିପାଲ କର୍ପୋରେସନ ରେ ପହଞ୍ଚି କମିଶନରଙ୍କୁ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା।

ସେହିପରି ମାନସ ଚୌଧୁରୀ ମଧ୍ୟ ଭୁବନେଶ୍ୱର ଜ଼ିଲ୍ଲା କଂଗ୍ରେସ ସଭାପତି ଥିବାବେଳେ ଇସ୍କନ ମନ୍ଦିର ପାଖ ରାଜପଥ ରେ ବନ୍ୟା ପରିସ୍ଥିତି ସୃଷ୍ଟି ର ପ୍ରତିବାଦ ରେ ଆଠ ନମ୍ବର କଲ୍ୟାଣ ମଣ୍ଡପ ପାଖରେ ଥିବା ଜାତୀୟ ରାଜପଥ ମୁଖ୍ୟ କାର୍ଯ୍ୟାଳୟ ଭିତରେ ପାଣି ପମ୍ପ ଲଗାଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଦେଇଥିଲେ। ଉଦ୍ଧେଶ୍ୟ ଥିଲା ଇସ୍କନ ମନ୍ଦିର ପାଖ ରାଜପଥ ର ବନ୍ୟା ପରିସ୍ଥିତି କୁ ଏନ. ଏଚ. ଏ. ଆଇ କତୃପକ୍ଷ ହୃଦୟଙ୍ଗମ କରନ୍ତୁ।

Leave A Reply

Your email address will not be published.