6 ମହଲା କୋଠାରୁ ଖସି ଶ୍ରମିକ ମୃତ

0

ଓଡ଼ିଆ ନ୍ୟୁଜ୍: କଟକ ରେ ପୁଣି ଘଟିଛି ଅଘଟଣ। 6 ମହଲା କୋଠାରୁ ଖସି ଶ୍ରମିକ ମୃତ। କ୍ୟାଣ୍ଟେନ୍‌ମେଣ୍ଟ ଥାନା ଅଧୀନ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଏକ ଅଘଟଣ ଘଟିଛି। ଏଠାରେ ଚାଲିଥିବା ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୁଜୟ କୁମାର (୨୦)। ସେ ବିହାର ନିବାସୀ ଥିଲେ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ କଟକ ବଡ଼ଡାକ୍ତରଖାନା ନିଆଯାଇଛି। ଶୈଳବାଳା ମହିଳା ସ୍ବୟଂଶାସତ ମହାବିଦ୍ୟାଳୟର ଉନ୍ନତ ଭିତ୍ତିଭୂମି ପାଇଁ ନିର୍ମାଣ କାମ ଜାରି ରହିଛି। ଏଠାରେ ଏକ ଛଅ ମହଲା କୋଠାର କାମ ଚାଲିଛି। ଅନ୍ୟ ଦିନ ଭଳି ଏହି ଛଅ ମହଲା କୋଠାରେ ଆଜି ମଧ୍ୟ ଶ୍ରମିକମାନେ କାମ କରୁଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରେ ଓଡ଼ିଆ ସମେତ କିଛି ବିହାରର ଯୁବକ ମଧ୍ୟ ସାମିଲ ଥିଲେ। ତେବେ ସନ୍ଧ୍ୟା ସମୟରେ ନିର୍ମାଣ ବେଳେ ଅଘଟଣ ଘଟିଥିଲା। ବିହାର ନିବାସୀ ସୁଜୟ କୁମାର କୌଣସି ମତେ ୬ ମହଲା କୋଠାରୁ ଖସି ପଡ଼ିଥିଲେ।

Leave A Reply

Your email address will not be published.