ନକଲି ଜିନିଷର ହବ ପାଲଟିଛି କଟକ! ଠାବ ହେଲା ନକଲି ମସଲା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରୁପାର ସହରରେ କଳଙ୍କି । ନିକଟରେ ଅନେକ ନକଲି ଜିନିଷ କଟକରୁ ଠାବ ହୋଇଥିବାବେଳେ ଆଜି କଟକ ମାଲଗୋଦାମରୁ ନକଲି ମସଲା ଠାବ ହୋଇଛି। ମାଲଗୋଦାମରୁ ନକଲି ମସଲା ଠାବ କଲା କମିସନରେଟ ପୋଲିସ । ପ୍ରାୟ ୨୦ କ୍ୱିଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡଗପୁରୀ ମିକ୍ସ ମସଲା ଆଦି ଠାବ ହୋଇଛି । ଉଭୟ କମିସନରେଟ ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢାଉରେ ବିପୁଳ ପରିମାଣର ନକଲି ମସଲା ସାମଗ୍ରୀ ଠାବ କରାଯାଇଛି ।
ମସଲା ଗୁଣ୍ଡରେ ଚାଉଳ, ରଙ୍ଗ, କେମିକାଲ ମିଶାଉଥିବା ଅଭିଯୋଗ ହୋଇଥିଲା । ଅପମିଶ୍ରିତ ମସଲା ବିକ୍ରି ଅଭିଯୋଗରେ ବ୍ୟବସାୟୀ ଅରୁଣ କୁମାର ଗନ୍ତାୟତଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଅନେକ ବର୍ଷ ହେଲା ମାଲଗୋଦାମରେ ଖୁଲମ ଖୋଲା ଅପମିଶ୍ରିତ ମସଲା ବ୍ୟବସାୟ ଚାଲିଥିଲା ବୋଲି ଅଭିଯୋଗ ହୋଇଛି । ଜବତ ନକଲି ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ବୋଲି ସିଏମସି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଅନ୍ୟପଟେ ଜବତ ସାମଗ୍ରୀଙ୍କୁ ପରୀକ୍ଷା ପାଇଁ ଲାବରୋଟରିକୁ ପଠାଯାଇଛି । ରିପୋର୍ଟ ଆସିଲା ପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ । ଜୋନ ୧ ଏସିପି ଅରୁଣ କୁମାର ସ୍ବାଇଁ ଏହି ସୂଚନା ଦେଇଛନ୍ତି ।
ସେଠାରେ ସିଏମସି ଓ ମାଲଗୋଦାମ ଥାନା ପୁଲିସ ମିଳିତ ଚଢାଉ କରି ୨୦ ବସ୍ତା ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଜବତ କରିଥିଲେ। ଏହା ସହ ଚାଉଳ ଚୁନା ଓ ରାସାୟନିକ ରଙ୍ଗ ମଧ୍ୟ ଜବତ କରାଯାଇଥିଲା। ତେବେ ଏହା ଆଉ କେଉଁ ଅଞ୍ଚଳକୁ ଚାଲାଣ ହେଇଥିଲା ସେ ନେଇ ତଦନ୍ତ କରାଯାଉଛି ବୋଲି ସୂଚନା ଏସିପି ଅରୁଣ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନ ବ୍ୟବଧାନ ପରେ ଗତକାଲି ମାଲଗୋଦାମ ଅଂଚଳରୁ ୨୦ କୁଇଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିକ୍ସ ମସଲା ଜବତ କରାଯାଇଥିଲା । ସବୁ ଗୁଣ୍ଡରେ ଚାଉଳ, ରଙ୍ଗ , କେମିକାଲ ମିଶାଯାଉଥିବାବେଳେ ଅନେକ ବର୍ଷ ଧରି ବ୍ୟବସାୟୀ ଜଣଙ୍କ ଅରୁଣ କୁମାର ଗନ୍ତାୟତ ଖୁଲମଖୁଲା ବ୍ୟବସାୟ କରୁଥିବାର ଜଣାପଡିଛି । ତେବେ ଜବତ ନକଲି ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ଜଣାପଡିଛି । ତେବେ ପୂର୍ବରୁ ଅପମିଶ୍ରଣର ଠିକଣା ପାଲଟି ସାରିଛି ସିଲଭରସିଟି । ପ୍ରଥମେ ସସ, ଚା, ଘିଅ, ସୋୟାବିନ, ଗୁଟଖା ଆଦି ନକଲି ସାମଗ୍ରୀ ଚିହ୍ନଟ ହୋଇଥିବାବେଳେ ଏବେ ପୁଣି ନକଲି ମସଲା ଜବତ ହୋଇଛି ।

Leave A Reply

Your email address will not be published.