କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍: ଆଉ ନାହାନ୍ତି କଟକର ପ୍ରସିଦ୍ଧ ରଘୁ ଦହିବରାର ମାଲିକ ରଘୁ ମଉସା, ଝୁରୁଛି କଟକ।କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ପରଲୋକ।ରଘୁ ଦହିବରା’ ଭାବରେ ପ୍ରସିଦ୍ଧ ପ୍ରସ୍ତୁତକାରୀ ରଘୁ ସାସମଲ ଆଉ ନାହାନ୍ତି।୯୧ ବର୍ଷ ବୟସରେ ବିଡ଼ାନାସୀ ଗୋପାଳସାହି ସ୍ଥିତ ବାସଗୃହରେ ପରଲୋକ।୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଆରମ୍ଭ କରିଥିଲେ ଦହିବରା ବ୍ୟବସାୟ।ଦହିବରାକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ରଘୁଙ୍କର ଏକ ବିଶେଷ ଭୂମିକା  ଥିଲା।

ରଘୁ ମଉସାଙ୍କ ପୁରା ନାମ ରଘୁନାଥ ସାସମଲ। ସକାଳ ହେଉ ହେଉ କଟକ ବିଡାନାସୀରେ ରଘୁ ମଉସାଙ୍କ ଦହିବରା-ଆଳୁଦମର ଆସର ଜମେ। ଦହିପାଣିରୁ ଦହିବରା ଚିପୁଡ଼ି, ଶାଳପତ୍ର ଦନାରେ ଯେତେବେଳେ ସେ ବାଢିଦିଅନ୍ତି ତା ଉପରେ ପରସ୍ତେ ଆଳୁ ଝୋଳ ଓ କଟା ପିଆଜ ପକାଇ ଅଳ୍ପ ହସି ଲୋକଙ୍କ ହାତକୁ ବଢ଼ାଇଦିଅନ୍ତି। ଦହିବରାର ସ୍ୱାଦ ଯେତିକି ଲୋକଙ୍କ ପେଟକୁ ଶାନ୍ତି ଦିଏ, ରଘୁ ମଉସାଙ୍କ ହସ ଖାଉଟିଆଙ୍କ ମନ କିଣିନିଏ।

Leave A Reply

Your email address will not be published.