ଓଡ଼ିଆ ନ୍ୟୁଜ୍: କଟକ ବାଲିଯାତ୍ରାର ଶେଷ ସଂଧ୍ୟାରେ ପ୍ରବଳ ଭିଡ଼। ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା।ଶ୍ରେୟା ଘୋଷାଲ କାର୍ଯ୍ୟକ୍ରମ ବ୍ୟାରିକେଡ୍ରେ ଠେଲାପେଲା ସ୍ଥିତି।୨ ଅଚେତ୍, ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଲେ ଅତିରିକ୍ତ ସିପି। ପ୍ରବଳ ଭିଡ଼ ଯୋଗୁ ୨ ଜଣ ଅଚେତ୍ ହୋଇଥିବା ସୂଚନା।ଆମ୍ୱୁଲାନ୍ସ ଯୋଗେ ୨ ଅଚେତଙ୍କୁ ନିଆଗଲା ମେଡ଼ିକାଲ୍।
୫ ତାରିଖରେ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଏହା ଗତକାଲି ସରିବାର ଥିଲା । ହେଲେ ସରକାର ଏହାକୁ ଆଜି ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରିଥିଲେ । ଆଜି ବାଲିଯାତ୍ରାର ଶେଷ ଦିନ ପାଇଁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା । ଏହାଛଡା ପ୍ରସିଦ୍ଧ ବଲିଉଡ ସିଙ୍ଗର ଶ୍ରେୟା ଘୋଷାଲ ନାଇଟ ବି ଚାଲିଛି । ପ୍ରବଳ ଭିଡ ଯୋଗୁଁ ଠେଲାପେଲା ହୋଇଛି । ଗତକାଲି ବି ରାତିରେ ଦୋଳି ଅଟକିଯାଇଥିଲା । ଫଳରେ ମଝି ଆକାଶରେ ୮ ଜଣ ଯାତ୍ରୀ ଫସିରହିଥିଲେ । ଅଗ୍ନିଶମ ବିଭାଗକୁ ଉଦ୍ଧାର ପାଇଁ କସରତ କରିବାକୁ ପଡିଥିଲା ।