ବାଣ ବିସ୍ଫୋରଣ: ଜଣେ ମୃତ

0

ଓଡ଼ିଆ ନ୍ୟୁଜ୍: ବେଆଇନ୍ ବାଣ ଗୋଦାମରେ ବିସ୍ଫୋରଣ; ଜଣେ ମୃତ।ସଦର ଥାନା ଖଲର୍ଦ୍ଦା ଗାଁରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ। ବିସ୍ଫୋରଣରେ ଉଡ଼ିଗଲା ଘର ଆଜବେଷ୍ଟସ। ମୃତକ ସ୍ଥାନୀୟ ଗାଁର, ଗୋଦାମରେ ବାଣ ଭିଡୁଥିଲେ। ଘଟଣା ସ୍ଥଳରେ କଟକ ସଦର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଚି ମୃତକଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରିଥିଲା । ବେଆଇନ ଭାବରେ ବାଣ ବ୍ୟବସାୟ ଚାଲିଥିଲା ବୋଲି ସୂଚନା ମିଳିଛି ।

ବିସ୍ପୋରଣର ମାତ୍ର ଏତେ ଅଧିକ ଥିଲା ଯେ ଆଖ ପାଖ ଅଞ୍ଚଳ ଦୋହଲି ଯାଇଥିଲା । ଖଲର୍ଧା ଗ୍ରାମର ବୈକୁଣ୍ଠ ସାମଲଙ୍କ ଘରେ ଚାଲିଥିଲା ଏହି ବେଆଇନ ବାଣ ଭିଡା ଓ ବାଣ ବ୍ୟବସାୟ । ବହୁ ବର୍ଷ ଧରି ଏଠି ବାଣ ଭିଡା ହେବା ସହ ବ୍ୟବସାୟ ଚାଲିଥିଲା ବୋଲି ଅଭିଯୋଗ ହୋଇଛି । ଆଜି ବାଣ ବିସ୍ପୋରଣ ଘଟି ଖଲର୍ଧା ଗ୍ରାମର ସୁରେଶ ଭୋଇ (52) ଙ୍କର ମୃତ୍ୟୁ ଘଟିଛି । ବିସ୍ପୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖ ପାଖ ଲୋକଙ୍କ ଘରର କାଚ ଝରକା ଭାଙ୍ଗି ଯାଇଥିଲା ।

Leave A Reply

Your email address will not be published.