ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କୁ ହତ୍ୟା
ଓଡ଼ିଆ ନ୍ୟୁଜ୍: ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। କଟକ ସଦର ଥାନା ଉତ୍ତମାପୁରର ନିଶାମୁକ୍ତି କେନ୍ଦ୍ରରେ ମୃତଦେହ।ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ। ୨ ମାସ ପୂର୍ବରେ ନିଶାମୁକ୍ତି କେନ୍ଦ୍ରକୁ ଆସିଥିଲେ ମୃତ ଯୁବକ। ମୃତକ ଖୋର୍ଦ୍ଧା ଅଞ୍ଚଳର ସୂଚନା, ପୋଲିସ ତଦନ୍ତ ଆରମ୍ଭ। ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଦାସ। ତାଙ୍କ ଘର ଜଟଣୀ ରଜା ବଜାର ଅଞ୍ଚଳରେ ହୋଇଥିବା ବେଳେ ଗତ ୩ମାସ ହେବ ସେ ମାନସିକ ଚାପ ଯୋଗୁ ଏହି ସମ୍ପର୍କ ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ।
ପୂର୍ବରୁ ଏଠାରୁ ନେଇ ଯିବା ଲାଗି ସେ ବାରମ୍ବାର କହୁଥିଲେ। ଚାକିରି ଛାଡ଼ି ଘରକୁ ଆସିବା ପରେ ମାନସିକ ଦୁଶ୍ଚିନ୍ତାରେ ସେ ରହିଥିଲେ। ସେଥିଲାଗି ସେ ଭଲ ହେବା ଲାଗି ଏଠାକୁ ଆସିଥିଲେ। ହେଲେ ନିଶା ନିବାରଣ କେନ୍ଦ୍ରରେ ତାଙ୍କୁ ଅନ୍ତେବାସୀ ହତ୍ୟା କରିଛନ୍ତି।୪ ଅନ୍ତେବାସୀ ସଦର ଥାନାରେ ଅଟକ। ସଂଘବଦ୍ଧ ହତ୍ୟା କରିବା ଅଭିଯୋଗରେ ପୁଲିସ ୪ ଅନ୍ତେବାସୀଙ୍କୁ କେନ୍ଦ୍ରରୁ ଧରି ସଦର ଥାନାରେ ଅଟକ ରଖିଛି। ଏନେଇ ସଦର ଥାନା ଆଇଆଇସି ଘଟଣା ସ୍ଥଲକୁ ଆସି ଅନୁସନ୍ଧାନ କରିଛନ୍ତି।