ଓଡ଼ିଆ ନ୍ୟୁଜ୍: ଭୁଶୁଡ଼ିଲା କଟକ ଶିଶୁ ଭବନର ନୂଆ ବିଲ୍ଡିଂ କାନ୍ଥ।ଲଗାଣ ବର୍ଷା ଯୋଗୁଁ ନୂଆ ବିଲ୍ଡିଂ କାନ୍ଥ ଭୁଶୁଡ଼ି ପଡ଼ିଲା।ବିଲ୍ଡିଂ କାନ୍ଥ ଭୁଶୁଡ଼ିବାରୁ ଚାପି ହୋଇଗଲା କିଛି ବାଇକ। ଲଗାଣ ବର୍ଷା ଯୋଗୁଁ କଟକର ଶିଶୁ ଭବନର ନୂଆ ବିଲଡିଂ କାନ୍ଥ ଭୁଶୁଡ଼ିଛି। ବିଲଡିଂ କାନ୍ଥ ଭୁଶୁଡ଼ିବାରୁ କିଛି ବାଇକ୍ ଚାପି ହୋଇଯାଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଗୁରୁତର କିମ୍ୱା ଆହତ ହୋଇଥିବା ଖବର ଜଣାପଡ଼ିନାହିଁ।
ଏହି କୋଠା ଗତ ଏପ୍ରିଲ ମାସରେ ଉଦ୍ଘାଟନ ହୋଇଥିଲା। ପୂର୍ବ ସରକାରରେ ଏହି କୋଠା ନିର୍ମାଣ ହୋଇଛି। ସେହିପରି ସିଡିଏରେ ଏକ ରାସ୍ତା ଧସିଛି। ସିଡିଏ ସେକ୍ଟର-୧୦ ଅଞ୍ଚଳରେ ରାସ୍ତା ଧସିଛି। ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୨୦ ଫୁଟ ରାସ୍ତା ଦବିଛି। ନିମ୍ନମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା ଧସିବା ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହେଉଛି। ସହରରେ ଏବେ ବିଭିନ୍ନ ସ୍ଥାନରେ ହଠାତ ରାସ୍ତା ଧସିଯିବା ଯୋଗୁଁ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।