ସାଇବର କ୍ରାଇମ ବିଭାଗର ରେଡ୍: ୪ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ୱର ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସ ଶାଖା ପକ୍ଷରୁ ଏକ ବଡ ଧରଣର ସାଇବର ଠକେଇର ପର୍ଦ୍ଦାଫାସ କରିବା ସହିତ ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଏକ ଅଭିଯୋଗ ପରେ ଏ ବାବଦରେ ସାଇବର ଥାନା କେସ୍ ନଂ ୪୮ ଓ ବି ଏନ ଏସ ଦଫା ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇ ୪ ଜଣଙ୍କୁ ଗିରଫ କରିଥିଲା ସାଇବର କ୍ରାଇମ ବିଭାଗ।ଅଭିଯୁକ୍ତମାନେ ନାମୀ ଗାୟକ,ଆଭିନେତା,ୟୁଟ୍ୟୁବର ମାନଙ୍କର ଫେକ୍ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ୨,୫୭,୮୯୯ଟଙ୍କା ଠକେଇ କରିଥିଲେ।

ଅଭିଯୁକ୍ତ ମାନଙ୍କର ବୟସ ୨୫ ରୁ ୩୫ ବର୍ଷ ରହିଥିଲା ବେଳେ ମହିଳା ଅଭିଯୁକ୍ତର ବୟସ ୧୮ ରହିଥିବା ସୂଚନା ମିଳିଛି।ତଦନ୍ତ ରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଅଭିଯୁକ୍ତ ମାନଙ୍କର ବିସ୍ତୃତ ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.