କୋଭିଡ ଟୀକା ନେଇଥିବାରୁ ପୁରସ୍କାର ମିଳିବ କହି ଟଙ୍କା ଠକିନେଲେ ସାଇବର ଲୁଟେରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆପଣ କୋଭିଡ ଟୀକା ନେଇଥିଲେ | ତେଣୁ ଆପଣଙ୍କୁ ସରକାର ଙ୍କ ତରଫ ରୁ ଚାରି ହଜାର ଟଙ୍କା ପୁରସ୍କାର ରାଶି ମିଳିବ| ତେଣୁ ମୋବାଇଲ ରେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ, ପୁରସ୍କାର ରାଶି ଜିତନ୍ତୁ |” ଏହି ଭଳି କଲ୍ ଆସିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଉଳାଙ୍ଗ ଗ୍ରାମ ର ମା ଶାରଳା ଏଣ୍ଟରପ୍ରାଇଜର୍ସ ର ବ୍ୟବସାୟୀ ପ୍ରସନ କୁମାର ରାଉତ ଙ୍କୁ ସେ ଲିଙ୍କ କୁ ପାଞ୍ଚ ଥର କ୍ଲିକ କରିଥିଲେ |

ହେଲେ ଲିଙ୍କ ଓପନ ହେଲାନି କିନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଗୁଗୁଲ ପେ ଜରିଆ ରେ ପଚିଶ ହଜାର ଟଙ୍କା କଟି ଯାଇଥିଲା | ଲିଙ୍କ କୁ ପାଞ୍ଚ ଥର କ୍ଲିକ କରିବାରୁ ପ୍ରତିଥର ପାଞ୍ଚ ହଜାର ଟଙ୍କା ଲେଖାଏଁ କଟି ସମୁଦାୟ ପଚିଶ ହଜାର ଟଙ୍କା କଟି ଯାଇଥିଲା | କ୍ଷଣିକରେ ପ୍ରସନ୍ନ କୁମାର ରାଉତ ଅଦୃଶ୍ୟ ଠକ ଙ୍କ କବ୍ଜା ରେ ବଶୀଭୂତ ହୋଇ ସାଇବର ଲୁଟ ର ଶିକାର ହୋଇଥିଲେ | ବଉଳାଙ୍ଗ-ବନ୍ଧକଟା ପେଟ୍ରୋଲ ପମ୍ପ ନିକଟ ରେ ପ୍ରସନ ଙ୍କ ନିଜ ସାରଳା ଏଣ୍ଟରପ୍ରାଇଜର୍ସ ଦୋକାନରେ ସେ କାର୍ଯ୍ୟବ୍ୟସ୍ତ ଥିବା ବେଲେ ତାଙ୍କ ଫୋନ ନମ୍ବର କୁ ଏକ ଅଜଣା ନମ୍ବର 9907020294 ନମ୍ବର ରୁ କଲ୍ ଆସିଥିଲା |

ସେ ଫୋନ ଉଠାଇବା ମାତ୍ରେ ତାଙ୍କୁ ଅଦୃଶ୍ୟ ଠକ ମାନେ ସେ ପୂର୍ବରୁ ନେଇଥିବା କୋରନା ଟିକା ବାବଦ କୁ ତାଙ୍କୁ ପୁରସ୍କାର ମିଳିଛି କହି ମେସେଜ ବକ୍ସ କୁ ଏକ ଲିଙ୍କ ପଠାଇ ଥିଲେ| ଲିଙ୍କ କୁ କ୍ଲିକ କରିବାକୁ ପ୍ରସନ କୁମାର ରାଉତ ଙ୍କୁ କୁହାଯାଇଥିଲା.ଲିଙ୍କ କ୍ଲିକ କଲେ ପୁରସ୍କାର ରାଶି ମିଳିବା ଭଳି ଲୋଭନୀୟ ପ୍ରତିଶୃତି ଆଶାରେ ନିଜ ଆକାଉଣ୍ଟ ରୁ 25000 ଟଙ୍କା ହରାଇ ଥିଲା ପ୍ରସନ୍ନ କୁମାର ରାଉତ | ଏନେଇ ସେ ଉକ୍ତ ନମ୍ବର ବିରୁଦ୍ଧରେ ପାଟକୁରା ଥାନାରେ ଅଭିଯୋଗ କରିବା ସହ ସାଇବାର ହେଲ୍ପ ଲାଇନ ଙ୍କୁ ଅଭିଯୋଗ ଜଣାଇଛନ୍ତି।

Leave A Reply

Your email address will not be published.