ଓଡ଼ିଆ ନ୍ୟୁଜ, ମୁନିଗୁଡ଼ା : ଦେଶରେ ବଢିଚାଲିଛି ସାଇବର ଅପରାଧ | ଆଉ ସେହିଭଳି ଦେଶରେ ଡିଜିଟାଲ କ୍ଷେତ୍ରରେ ମଧ୍ୟ ଆହୁରି ଆଗେଇଛି | ଦେଶ ଡିଜିଟାଲ କ୍ଷେତ୍ରରେ ରେ ଆଗେଇ ଥିବା ବେଳେ, ସାଇବର ଠକ ମଧ୍ୟ ସେମାନଙ୍କ କାୟା ବିସ୍ତାର କରିଚାଲିଛନ୍ତି | ବିଶେଷ କରି ଗାଁ ଗହଳି ରେ ଲୋକ ଅଧିକ ମାତ୍ରାରେ ଏହି ସାଇବର ଠକ ଙ୍କ ଦ୍ଵାରା ଲୁଟରର ଶିକାର ହେଉଥିବା ଦେଖିବାକୁ ମିଳିଥାଏ | ହେଲେ ଗାଁ ଗହଳିରେ ଲୋକେ ଏହି ଠକ ଙ୍କୁ ନା ଧରିପାରୁଛନ୍ତି ନା ସେମାନଙ୍କ ତଥ୍ୟ ପାଇପାରୁଛନ୍ତି | ଏହି ପରିପ୍ରେକ୍ଷୀରେ ମୁନିଗୁଡ଼ା ରେ ବୁଲିଲା ସାଇବର ସୁରକ୍ଷା ରଥ।
ତେବେ ଆଜି ମୁନିଗୁଡ଼ା ଥାନା ଅନ୍ତର୍ଗତ ଅମ୍ବାଦଳା ଓ ମୁନିଗୁଡ଼ା ଅଞ୍ଚଳରେ, ରାଜ୍ୟ ସରକାର ଙ୍କ ତରଫରୁ ସାଇବର ସୁରକ୍ଷା ରଥ କୁ ମୁନିଗୁଡ଼ା ପୋଲିସ ଦ୍ବାରା ସ୍ବାଗତ କରାଯାଇଛି ଏବଂ ମୁନିଗୁଡ଼ା କଲେଜ ଓ ବସଷ୍ଟାଣ୍ଡ ରେ ସାଇବର ଠକ ଙ୍କ ଦ୍ଵାରା ବିଭିନ୍ନ ଉପାୟରେ ହେଉଥିବା ଠକେଇ କୁ କିଭଳି ଭାବରେ ଆଇନର ଆଶ୍ରୟ ନେଇ ଠକେଇ ରୁ ବଞ୍ଚିତ ହେବେ ଉତ୍ତମ ରୂପେ ବିଷମକଟକ ଏସ ଡି ପିଓ ବୁଝେଇଥିଲେ, ଏବଂ କଲେଜ ଛାତ୍ର ଛାତ୍ରୀ ଙ୍କୁ ଗାଁ ଗହଳି ରେ ସାଧାରଣ ଲୋକଙ୍କ ସଚେତନ କରିବା ପାଇଁ ଆହ୍ବାନ ଦେଇଥିଲେ। ଏବଂ ଯଦି ଏଭଳି କିଛି ତଥ୍ୟ ସାମନାକୁ ଆସିଲେ ସରକାରଙ୍କ ଦ୍ଵାରା ଦିଆଯାଇଥିବା ଦେୟମୁକ୍ତ ଅଭିଯୋଗ ନଂ 1930କୁ କଲ କରି ଅଭିଯୋଗ କରିବା ପାଇଁ ସଚେତନ କରିଥିଲେ।
ତେବେ ଦେଖିବାକୁ ବାକି ରହିଲା ଏହି ସଚେତନତା କାର୍ଯ୍ୟକ୍ରମ ରେ ସାଧାରଣ ଲୋକ କେତେ ସଚେତନ ହେଉଛନ୍ତି? ତେବେ ପୂର୍ବରୁ ମଧ୍ୟ ବ୍ୟାଙ୍କ ଜମାକାରୀ ଙ୍କ ଠାରୁ ଲଖ୍ୟାଧିକ ଟଙ୍କା ଗାୟବ ହୋଇଥିବା ଟଙ୍କା ର ବିଭିନ୍ନ ପୋଲିସ କେଶ ଗୁଡିକ ପୁନଃ ଖୋଲା ଯାଇ ସାଇବର ଠକ ଙ୍କୁ ପୋଲିସ ଧରିବ ନା ଆଜିଠୁ ସାଇବର ଠକ କୁ ଧରିବା ଆରମ୍ଭ କରିବ ସେ କଥା ସମୟ କହିବ |