ଓଡ଼ିଆ ନ୍ୟୁଜ, କେନ୍ଦୁଝର : ବିଜ୍ଞାନ ଯେତିକି ବଢୁଛି, ସାଇବର ଅପରାଧ ସେତିକି ବଢୁଛି । ଆଉ ସାଇବର ଅପରାଧ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶୀ ଚହଳ କରୁଛି । ତେବେ ସେଥିପାଇଁ ସାଇବର ସୁରକ୍ଷା ସଚେତନତା ଜିଲ୍ଲା – ଜିଲ୍ଲା ଧରି ଅନୁଷ୍ଠିତ ହେଉଛି । କେନ୍ଦୁଝର ଜିଲ୍ଲା ହାଟଡ଼ିହି କଲେଜ ପରିସରରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ନନ୍ଦିପଦା ଥାନା ଆଇ. ଆଇ.ସି ରବିନ୍ଦ୍ର କୁମାର ପାତ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ହାଟଡ଼ିହି ବ୍ଲକ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ରବିନ୍ଦ୍ର ମହାକୁଡ଼, ସମାଜସେବୀ ସୁଧାଂଶୁ ଦକ୍ଷିଣରାୟ, ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଇବର ଠକେଇ ରୁ ବର୍ତ୍ତିବା ପାଇଁ ବିଭିନ୍ନ ତରିକା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଏହି ସଚେତନ ବାର୍ତ୍ତା କୁ ଗାଁ ଗାଁ ରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ସାଇବର ପୋଲିସ ଡ଼ି.ଏସ.ପି ଜେରୋଫିନା ଖେସ୍ ସାଇବର ଠକେଇର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବାସହ କିପରି ସାଇବର ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।
ଏହି ଅବସରରେ ସାଇବର ସୁରକ୍ଷା ସଚେତନତା ରଥ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲା।