କେନ୍ଦ୍ରାପଡ଼ାରେ ସାଇବର ସୁରକ୍ଷା

0

ଓଡ଼ିଆ ନ୍ୟୁଜ,କେନ୍ଦ୍ରାପଡ଼ା:  ରାଜ୍ୟ ସାରା ସାଇବର ସୁରକ୍ଷା ଅଭିଯାନ ଚାଲୁଥିବା ବେଳେ, ଆଜି କେନ୍ଦ୍ରାପଡ଼ାରେ ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଛି । ତେବେ ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଳା ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇ ସାଇବର ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ପହଁଚି ସାଇବର ଅପରାଧ ସମ୍ପର୍କରେ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗାଁ ଠାରୁ ଆରମ୍ଭ କରି ସହର,ବଜାର,ହାଟ,କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଛନ୍ତି।

ସାଇବର ସୁରକ୍ଷା ରଥକୁ ପ୍ରତିଟି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯିବା ସହ ସେଥିରେ ପାଲ୍ଲା ପ୍ରଦର୍ଶିତ ହେଉଥିବା ସଚେତନତା ବାର୍ତ୍ତାକୁ ଲୋକମାନେ ଆଗ୍ରହର ସହ ଦେଖିଛନ୍ତି।ଏଥିସହ ଗୀତ ଗାଇ ସଚେତନତା ବାର୍ତ୍ତା ଦେଇଥିବା ବେଳେ ସାଇବର ସ୍ବେଚ୍ଛାସେବୀମାନେ ଲୋକଙ୍କୁ ସାଇବର ଅପରାଧରୁ ନିଜକୁ କିପରି ରକ୍ଷା କରିହେବ ସେନେଇ ସଚେତନ କରାଇଥିଲେ।ଅତି କମ୍ ସମୟରେ ସାଇବର ଲୁଟେରା ଲୋକଙ୍କର ସମସ୍ତ ବିବରଣୀ ଜାଣି ଲୁଟ କରିପାରେ।କୌଣସି ସମସ୍ୟା ହେଲେ ୧୯୩୦ ନମ୍ବରକୁ ତୁରନ୍ତ ଫୋନ କରିବାକୁ କୁହାଯାଇଛି ଏହି ସଚେତନତା କାର୍ଯ୍ୟକ୍ରମରେ।ନିଜେ ସଚେତନ ହୋଇ ଅନ୍ୟକୁ ମଧ୍ୟ ସଚେତନ କରାଇବା ପାଇଁ ଅନୁରୋଧ କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶେଷରେ ସାଇବର ରଥକୁ ସବୁଜ ପତାକାଦେଖାଇ ବିଦାୟ ଦିଆଯାଇଛି। ଗୁଲନଗର ସରପଞ୍ଚ ଓ କପାଳେଶ୍ବର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି, ସୈକତ ଅଲ୍ଲୀଙ୍କୁ ସଚେତନତା ରେ ସହଯୋଗ ପାଇଁ ମାନପତ୍ର ପ୍ରଦାନ କରାଯାଇଛl

Leave A Reply

Your email address will not be published.