ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶନି ବାର ରାତି ପ୍ରାୟ ଦଶଟା ମଧ୍ୟରେ।ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ” ମୋ ଵସ “ଟର୍ମିନାଲ ସମ୍ମୁଖରେ ଜଣେ ସାଇକେଲ ଆରୋହୀ କୁ ଏକ ମୋ ଵସ ଧକ୍କା ଦେବାରୁ ସାଇକେଲ ଆରୋହୀ ଜଣକ ଛିଟିକି ପଡି ସାମାନ୍ୟ ଆହତ ହୋଇଥିଲେ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସ୍ଥାନୀୟ ରେଳ ଷ୍ଟେସନର ଜଣେ ସଫେଇ କର୍ମଚାରୀ ଡିୟୁଟି ସାରି ନିଜ ସାଇକେଲ ନେଇ ଟର୍ମିନାଲର ପ୍ରବେଶ ପଥ ଅତିକ୍ରମ କରୁଥିବା ସମୟରେ ସମ୍ମୁଖରୁ ଦ୍ରୁତ ଗତିରେ ଆସୁଥିବା ରୁଟ -୨୫ ରେ ଚାଲୁଥିବା OD-33 U 7348 ଟି ତାଙ୍କୁ ଧକ୍କା ଦେଇଥିଲା।ଯାହା ଫଳରେ ସାଇକେଲ ଆରୋହୀ ଜଣକ ଛିଟିକି ପଡିବା ସହ ତାଙ୍କ ସାଇକେଲ ଟି କ୍ଷତିଗ୍ରସ୍ତ ହୋଇଥିଲା।
ମାତ୍ର ସମ୍ପୃକ ଵସ ଚାଳକଙ୍କ କହିବା ଅନୁଯାୟୀ ଟର୍ମିନାଲ ମଧ୍ୟମୁ ଵସ ପ୍ରବେଶ କରୁଥିବା ସମୟରେ ସାଇକେଲ ଆରୋହୀ ଜଣକ ହଠାତ ବସ ସମ୍ମୁଖ କୁ ଆସି ଯାଇ ଥିଲେ।ସେହି ସମୟରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ଖବର ପାଇ ଖାରବେଳ ଥାନା ପିସିଆର ଭ୍ୟାନ ପହଂଛି ପରିସ୍ଥିତି କୁ ଆୟତ୍ତ କୁ ଆଣିଥିଲା।ପରେ “ମୋ ବସ” ର ଉପସ୍ଥିତ କର୍ମଚାରୀ ଓ ସାଇକେଲ ଚାଳକ ଙ୍କ ମଧ୍ୟରେ ପୋଲିସ ର ଉପସ୍ଥିତି ରେ ଆପୋଷ ବୁଝାମଣା ହୋଇ ଘଟଣାର ସମାଧାନ ହୋଇଥିଲା।