ସମ୍ଭାବ୍ୟ ବାତ୍ୟା, ୨୫ ତାରିଖରୁ ବଢ଼ିବ ପବନର ବେଗ

0

ଓଡ଼ିଆ ନ୍ୟୁଜ୍: ୨୫ରୁ ବଙ୍ଗୋପସାଗରରେ ବଢ଼ିବ ପବନର ବେଗ।୨୫ରେ ପବନର ବେଗ ୪୦ରୁ ୫୦କିମି ରହିବା ସମ୍ଭାବନା।୨୬ ତାରିଖରେ ୬୦ରୁ ୭୦ କିମି ସର୍ବାଧିକ ୮୦ ରହିବ।୨୭ରେ ୮୦ରୁ ୯୦ କିମି, ସର୍ବାଧିକ ୧୦୦ କିମି ରହିବ।ବଢୁଛି ବାତ୍ୟା ଭୟ । ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହୋଇପାରେ ଲଘୁଚାପ । ଏବେ ସମୁଦ୍ର ଭିତରେ ଆହୁରି ଘନୀଭୂତ ହେବାରେ ଲାଗିଛି ଲଘୁଚାପ । ୨୬ରେ ନେଇପାରେ ବାତ୍ୟାର ରୂପ । ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ।

ପରବର୍ତ୍ତୀ ୨୪ଘଣ୍ଟାରେ ଗଭୀର ଅବପାତ ରୂପ ନେଇପାରେ । ସମୁଦ୍ର ଭିତରେ ବଳ ଗୋଟାଇ ଏହା ଧୀରେ ଶକ୍ତିଶାଳୀହେବ ଓ ୨୬ରେ ବାତ୍ୟାରେ ପରିଣତ ହୋଇପାରେ ।ବାତ୍ୟାର ଗତିପଥ, ତୀବ୍ରତା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି। କିନ୍ତୁ ଏହାର ପ୍ରଭାବରେ ଆଣ୍ଡାମାନ, ନିକୋବର ଦୀପପୁଞ୍ଜରେ ବର୍ଷା ଆରମ୍ଭ ହୋଇଗଲାଣି । ୨୭ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଡ ବର୍ଷା ଭୟ ରହିଛି । ଏବେଠାରୁ ଏ ସଂକ୍ରାନ୍ତରେ ସତର୍କ କରିଛନ୍ତି ପାଣିପାଗ ବିଜ୍ଞାନୀ ।

Leave A Reply

Your email address will not be published.