ପାକିସ୍ତାନରେ ଲ୍ୟାଣ୍ଡଫଲ କରିବ ବାତ୍ୟା “ବିପର୍ଯ୍ୟୟ”

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପାକିସ୍ତାନରେ ଲ୍ୟାଣ୍ଡ୍‌ଫଲ୍‌ କରିବ ବ‌ୋଲି ମୁମ୍ବାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପୂର୍ବରୁ ପାଣିପାଗ କାର୍ଯ୍ୟାଳୟ ଜାରି କରିଥିବା ବୁଲେଟିନ୍‌ରେ କହିଥିଲା ଯେ, ମଙ୍ଗଳବାର ସକାଳ ୮.୩୦ ସୁଦ୍ଧା ଉକ୍ତ ଅବପାତ କରାଚୀଠାରୁ ୧,୪୯୦ କିଲୋମିଟର୍‌ ଦୂରରେ ଥିଲା। ଏହି ବାତ୍ୟା ଯୋଗୁଁ ମୁମ୍ବାଇରେ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ଘଟିବ।

ସୂଚନାଯୋଗ୍ୟ, ପାନୀୟଜଳ ପାଇଁ ସମ୍ପୂର୍ଣ୍ଣରୂପେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ଉପରେ ନିର୍ଭର କରେ। ଜଳ ସଂଗ୍ରହ ପାଇଁ ମୁମ୍ବାଇରେ ଥିବା ଜଳଶୟ ସବୁ ବର୍ଷା ଜଳରେ ହିଁ ପରିପୂର୍ଣ୍ଣ ହୁଏ। ତାନ୍‌ସା, ଭାତ୍ସା, ମୋଦକ ସାଗର, ତୁଳସୀ, ବିହାର, ଉପର ବୈତରଣ ଏବଂ ମଧ୍ୟ ବୈତରଳ ଆଦି ଜଳାଶୟରେ ସଂଗ୍ରହ ହେଉଥିବା ଜଳ ବର୍ଷା ଉପରେ ନିର୍ଭର କରେ। ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଜୁନ୍‌ ୧୫ରେ ମୁମ୍ବାଇକୁ ମୌସୁମୀ ଆସିବାର ସମ୍ଭାବନା ଥିବା ବ‌େଳେ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ନିୟମିତ ଯୋଗାଣ ପାଇଁ ଉପରୋକ୍ତ

ଜଳାଶୟମାନଙ୍କରେ ଯଥେଷ୍ଟ ଜଳ ମହଜୁଦ ରହିଛି। ମୁମ୍ବାଇସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ସୁନୀଲ କାମ୍ବଲେ କହିଛନ୍ତି, ବାତ୍ୟା ହେଲେ ସାଧାରଣତଃ ମୌସୁମୀ ଆଗମନ ପ୍ରଭାବିତ ହୁଏ। ଅର୍ଥାତ୍‌ ମୌସୁମୀ ଆସିବାରେ ଦିନେ ଦୁଇଦିନ ବିଳମ୍ବ ଘଟିପାରେ।

ସମ୍ପ୍ରତି ଏହି ବାତ୍ୟା ଆଗକୁ ମାଡ଼ି ଚାଲିଥିବାରୁ ଏହା ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଛି। ଆମ ଉପକୂଳକୁ ଏହା କିଭଳି ପ୍ରଭାବିତ କରିବ, ସେତେବେଳେ ଜଣାପଡ଼ିବ। ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଏବଂ ଗୁଜରାଟର ଉପକୂଳ ଅଞ୍ଚଳରୁ ଏହି ବାତ୍ୟା ଅନେକ ଦୂରକୁ ଚାଲିଯାଇଥିଲେ ବି ଏହି ସବୁ ଅଞ୍ଚଳରେ ଖୁବ୍‌ ଜୋର୍‌ରେ ପବନ ବହିବା ସହିତ ସ୍ଥାନେ ସ୍ଥାନେ ବର୍ଷା ହେବାର ଅଛି ବୋଲି କୁହାଯାଇଛି।

Leave A Reply

Your email address will not be published.