ଓଡ଼ିଆ ନ୍ୟୁଜ୍: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଡିଟୱା’କୁ ନେଇ ୪ ରାଜ୍ୟକୁ ଆଲର୍ଟ। ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଓ ତେଲେଙ୍ଗାନାକୁ ଆଲର୍ଟ।୪ ରାଜ୍ୟରେ ୩୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା। ସାମୁଦ୍ରିକ ଝଡ଼ ଭାରତରେ ଚିନ୍ତାର କାରଣ ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଘୂର୍ଣ୍ଣିଝଡ଼ ‘ଡିଟୱା’ର ପ୍ରଭାବରେ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା କରିବ। ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ଖରାପ ହେବାର ସଙ୍କେତ ତୀବ୍ର ହୋଇଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଡିପ୍ରେସନ ଗୁରୁବାର ଆହୁରି ସଂଗଠିତ ହୋଇଛି। ପାଣିପାଗ ବିଭାଗ ଏକ ପୂର୍ବ ଘୂର୍ଣ୍ଣିଝଡ଼ ସତର୍କତା ଜାରି କରିଛି। ଘୂର୍ଣ୍ଣିଝଡ଼ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇଛି, ଯେଉଁଠାରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଅତ୍ୟନ୍ତ ଖରାପ ପାଗ ପାଇଁ ସତର୍କତା ଜାରି କରାଯାଇଛି।