୪୮ ଘଣ୍ଟାରେ ଲଘୁଚାପର ରୂପ ନେବ ବଙ୍ଗୋପସାଗରର ଘୁର୍ଣ୍ଣିବଳୟ,୧୯ ରୁ ୨୨ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ୪୮ ଘଣ୍ଟାରେ ନେବ ଲଘୁଚାପ ର ରୂପ।ପ୍ରଭାବରେ ରାଜ୍ୟରେ ୧୯ ରୁ ୨୨ ଯାଏଁ ବିସ୍ତୃତି ବର୍ଷା ତଥା କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା।ଆଜି ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର,କଳାହାଣ୍ଡି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ହେବା ନେଇ ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଅରେଞ୍ଜ ୱର୍ଣୀଙ୍ଗ ଜାରି କରାଯାଇଛି।ଏଥିସହ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି।ସେହିସବୁ ଜିଲ୍ଲା ଗୁଡ଼ିକ ହେଲା _ନୂଆପଡ଼ା, ବଲାଙ୍ଗୀର,କଂଧମାଳ, ରାୟଗଡ଼ା,ଗଜପତି, ଗଞ୍ଜାମ,ପୁରୀ।

ଯେହେତୁ ମାଲକାନଗିରି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ସେଠାରେ ଅକସ୍ମାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୩ ସ୍ଥାନରେ ଅତି ପ୍ରବଳ ଏବଂ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଜିଲ୍ଲାର ଗୁଡଭେଲାରେ ସର୍ବାଧିକ ୨୯୬.୪ ମିମି ବର୍ଷା ରେକର୍ଡ ହୋଇଛି। କଳାହାଣ୍ଡିର ଥି.ରାମପୁର ରେ ୧୮୯ ମିମି, କରଲାମୁଣ୍ଡା ରେ ୧୮୪ମିମି, ବଲାଙ୍ଗୀର ସହର ରେ ୧୬୩ ମିମି, ରେକର୍ଡ ହୋଇଛି।

Leave A Reply

Your email address will not be published.