କାକିନଡ଼ା ପାଖରେ ଲ୍ୟାଣ୍ଡଫଲ୍‌: ମନୋରମା ମହାନ୍ତି

0

ଓଡ଼ିଆ ନ୍ୟୁଜ୍: ୨୮ ସନ୍ଧ୍ୟା ପରେ ଆନ୍ଧ୍ର କାକିନଡ଼ା ପାଖରେ ବାତ୍ୟା ଲ୍ୟାଣ୍ଡଫଲ୍‌। ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା।ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ଭିତରେ କାକିନଡ଼ାରେ ଲ୍ୟାଣ୍ଡଫଲ୍।ଭୀଷଣ ବାତ୍ୟାର ରୂପ ନେଇ ଅତିକ୍ରମ କରିବ- ମନୋରମା ମହାନ୍ତି।ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ।

ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଇଥିବା ବେଳେ ପବନର ବେଗ ୧୦୦କିମି ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ପୂର୍ବରୁ ପବନର ବେଗ ୭୦/୮୦କିମି ରହିବା ନେଇ ସୂଚନା ଦେଇଥିଲା ପାଣିପାଗ ବିଭାଗ । ଏବେ ତାହା ୧୦୦ ଛୁଇଁବା ନେଇ ଆକଳନ କରାଯାଉଛି ।

ଏବେ ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା ମୋନ୍ଥା । ବର୍ତ୍ତମାନ ପାଇଁ ଓଡ଼ିଶାକୁ ସେତେ ବଡ଼ ବିପଦ ନାହିଁ ସତ କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୭ରୁ ୨୯ ମଧ୍ୟରେ ଭାରି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ବିଶେଷକରି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ ।

Leave A Reply

Your email address will not be published.