ଓଡ଼ିଆ ନ୍ୟୁଜ୍: ମୁଣ୍ଡଳିରୁ ବାହାରିଲେ NDRFର ଆଉ ୫ଟି ଟିମ୍।ବାତ୍ୟା ପ୍ରଭାବିତ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ବାହାରିଲେ।ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, ରାୟଗଡ଼ାକୁ ଗଲେ। ଆଜି ସୋମବାର ଭୋର ୪ ଟା ୩୦ ମିନିଟରେ ଏହି ଦୁଇଟି ଟିମ ଗୋଟିଏ ବସ, ଗୋଟିଏ ଟ୍ରକ ଓ ଗୋଟିଏ ବୋଲେରୋରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗ୍ରସ୍ତ କରିଛନ୍ତି। ପ୍ରତ୍ୟେକ ଟିମରେ ୩ ଜଣ ଅଫିସର ସହିତ ୩୧ ଜଣ ଜବାନ ଅଛନ୍ତି।
ସେହିପରି ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ଯ ପାଇଁ ଟ୍ରି କଟର (ଗଛ କଟା), ଡ୍ରିଲ୍ ମେସିନ, ହାମର , ଅର୍କ୍ସିଜେନ ସିଲିଣ୍ଡର, ଷ୍ଟ୍ରେଚର ସହିତ ବିଭିନ୍ନ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବହୃତ ସାମଗ୍ରୀ ନେଇଛନ୍ତି। NDRF ପ୍ରାକୃତିକ କିମ୍ବା ମନୁଷ୍ୟ କୃତ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯାଇପାରିବ । ସେଥିପାଇଁ ସେମାନେ ସ୍ଵତନ୍ତ୍ର ଭାବରେ ତାଲିମ ପ୍ରାପ୍ତ। ସେଥିପାଇଁ ବାତ୍ୟା ପୂର୍ବରୁ ସ୍ଥିତିକୁ ଦେଖି ଟିମ୍କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି ।