ଓଡ଼ିଆ ନ୍ୟୁଜ୍: ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା ‘ସେନୟାର’। ଆଜି ଇଣ୍ଡୋନେସିଆ ଉପକୂଳକୁ ପୂର୍ବାହ୍ନରେ ଅତିକ୍ରମ କରିବା ସମ୍ଭାବନା। ସକାଳ ସାଢେ ୫ଟାରେ ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବ ଇଣ୍ଡୋନେସିଆରେ ବାତ୍ୟା ସୃଷ୍ଟି ହୋଇଛି । ଏହି ବାତ୍ୟାର ନାଁ ରହିଛି ‘ସେନୟାର’ । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ପୂର୍ବ ଦିଗରେ ଗତି କରିବ । ବୁଧବାର ଅପରାହ୍ନରେ ବାତ୍ୟା ‘ସେନୟାର’ ଇଣ୍ଡୋନେସିଆ ଉପକୂଳ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି । ଏହା ଇଣ୍ଡୋନେସିଆର କୁତ୍ ମକମୁର ଠାରୁ ପୂର୍ବରେ ୧୦୦ କି.ମି. ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କି.ମି. ଦୂରରେ ରହିଛି ।