ଓଡ଼ିଆ ନ୍ୟୁଜ୍: ୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ‘ମୋନ୍ଥା’।ଥାଇଲାଣ୍ଡର ସୁପାରିସ୍ରେ ବାତ୍ୟା ନାଁ ରଖାଯାଇଛି ‘ମୋନ୍ଥା’। ଥାଇ ଭାଷାରେ ‘ମୋନ୍ଥା’ର ଅର୍ଥ ‘ସୁଗନ୍ଧିତ ଫୁଲ’, କିମ୍ବା ‘ସୁନ୍ଦର ଫୁଲ’।ବାତ୍ୟାର ନାଁ ‘ମୋନ୍ଥା’ ନେଇ ଏପର୍ଯ୍ୟନ୍ତ IMD ସ୍ପଷ୍ଟ କରିନାହିଁ।WMO ପ୍ୟାନେଲ୍ ଅନୁସାରେ ଏଥର ଥାଇଲାଣ୍ଡ ନାମକରଣ କରିବ।ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ ସମ୍ଭାବ୍ୟ ବାତ୍ୟା ୨୭ ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ବଙ୍ଗୋପସାଗରରେ ଆସୁଛି ବାତ୍ୟା । ୨୭ ସକାଳେ ବାତ୍ୟାର ରୂପ ନେବ ଲଘୁଚାପ । ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା । ୭୦ରୁ ୭୫ କିମି ରହିପାରେ ପବନର ବେଗ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ ।
ତେବେ କାହିଁକି ବାତ୍ୟାର ନାମ ‘ମୋନ୍ଥା’(Montha) ରଖାଯାଇଛି। ଏହାର ଅର୍ଥ କଣ, କେଉଁଠାରୁ ଆସିଲା ରିପୋର୍ଟ ଅନୁସାରେ, ଥାଇଲାଣ୍ଡ ଏହାର ନାମକରଣ କରିଛି ‘ମୋନ୍ଥା’। ଥାଇଲାଣ୍ଡ ଦ୍ୱାରା ପ୍ରସ୍ତାବିତ MONTHA ନାମର ଅର୍ଥ ଥାଇ ଭାଷାରେ “ସୁଗନ୍ଧିତ ଫୁଲ” କିମ୍ୱା “ସୁନ୍ଦର ଫୁଲ” । ଝଡ଼ର ସହଜ ଚିହ୍ନଟକୁ ସୁଗମ କରିବା ଓ ପାଣିପାଗ ସମ୍ବନ୍ଧୀୟ ବିପଦ ବିଷୟରେ ଜନସାଧାରଣଙ୍କ ସଚେତନତାକୁ ବଢାଇବା ଲକ୍ଷ୍ୟରେ ଟ୍ରପିକାଲ ସାଇକ୍ଲୋନନ ପାଇଁ ଏକ ଆନ୍ତର୍ଜାତୀୟ ନାମକରଣ ବ୍ୟବସ୍ଥାର ଏକ ଅଂଶ ଭାବରେ ଥାଇଲାଣ୍ଡ ଏହା ପ୍ରସ୍ତାବ ଦେଇଥିଲା।