ଓଡ଼ିଆ ନ୍ୟୁଜ୍: ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ। କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’। ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା କାକିନାଡ଼ା ଏବଂ ମଚ୍ଛଲିପଟ୍ଟନମ୍ ମଝିରେ ଏହା ସ୍ଥଳଭାଗ ଛୁଇଁବ। ଏମିତିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସେଠାରେ ପ୍ରବଳ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଯାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ, ଆକଳନ ଅନୁସାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିବ। ଅବଶ୍ୟ ଲ୍ୟାଣ୍ଡଫଲ ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା।’
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ଼ ଭୀଷଣ ବାତ୍ୟାର ଲ୍ୟାଣ୍ଡଫଲ୍ ସମୟରେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୯୦-୧୦୦ କିମି ରହିବ। ସେହିଭଳି ଝଟକା ପବନ ୧୧୦ କିଲୋମିଟର ପ୍ରତିଘଣ୍ଟାରେ ବହିପାରେ। ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କାକିନାଡ଼ା, ବିଶାଖାପାଟଣା, କୃଷ୍ଣା, ପଶ୍ଚିମ ଗୋଦାବରୀ ଭଳି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବ। ଏଥିପାଇଁ ଏସବୁ ଜିଲ୍ଲା ପାର୍ଇ ରେଡ୍ ଆଲର୍ଟ ଜାରି କରାଯାଇଛି।