NEET-PG ପାଇଁ ଘୋଷଣା ହେଲା ତାରିଖ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଟ୍‌ ପେପର ଲିକ୍‌ ଅଭିଯୋଗ ମଧ୍ୟରେ ସ୍ଥଗିତ ରହିଥିବା ନିଟ୍‌-ପିଜି ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଅଗଷ୍ଟ ୧୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍‌ଟରେ ହେବ। ଏସ୍‌ଓପି ଏବଂ ପ୍ରୋ‌ଠକଲ୍‌ର ସମୀକ୍ଷା ପରେ ଟିନ୍‌ ପିଜି ପରୀକ୍ଷାର ନୂଆ ତାରିଖ ଘୋଷଣା ହୋଇଛି। ନିଟ ପରୀକ୍ଷା ଲାଗି ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସୀମାର କଟ୍ ଅଫ୍ ଡେଟ୍ ରହିଛି ଅଗଷ୍ଟ ୧୫ ତାରିଖ।

ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ବୋଲି ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି। ନିଟ୍‌ର ୟୁଜି ପରୀକ୍ଷାରେ ଅନିୟମିତତା ଯୋଗୁ ଜୁନ ୨୨ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା। ଏହି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ପରବର୍ତ୍ତୀ ଅବସ୍ଥାରେ ତାରିଖ ଘୋଷଣା କରାଯିବ। ସେହି ଅନୁସାରେ ଏନବିଇ ଆଜି ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏନଟିଏ ପକ୍ଷରୁ ନିଟ୍‌ ୟୁଜି ପରୀକ୍ଷା କରାଯାଉଥିବା ବେଳେ ଏନବିଇ ଦୀର୍ଘ ୭ ବର୍ଷ ହେଲାଣି ନିଟ ପିଜି ପରୀକ୍ଷା ଆୟୋଜନ କରୁଛି। ନିଟ୍‌ ୟୁଜିକୁ ନେଇ ବିବାଦ ଦେଖାଯାଉଥିଲେ ହେଁ ପିଜି ପରୀକ୍ଷାରେ ଏଯାଏ କୌଣସି ପ୍ରକାରର ଅନିୟମିତତା ଅଭିଯୋଗ ଆସିନାହିଁ।

ତେବେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ISROର ପୂର୍ବତନ ଅଧ୍ୟକ୍ଷ ଡା କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି ୭ଜଣିଆ କମିଟି ଗଠିତ ହୋଇଛି। ଏହି କମିଟି ଆସନ୍ତା ଦୁଇ ମାସରେ ମନ୍ତ୍ରଣାଳୟରୁ ରିପୋର୍ଟ ପ୍ରଦାନ କରିବ। ପେପର ଲିକ୍‌ ମାମଲାରେ ସାରା ଦେଶରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିରୋଧାଭାଷ ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିରୋଧି ଦଳ ମଧ୍ୟ ଏହି ମାମଲାରେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Leave A Reply

Your email address will not be published.