ସାଳନ୍ଦୀ ନଦୀରୁ ଦୁଇ କାଉଡିଆଙ୍କ ମୃତ ଦେହ ଉଦ୍ଧାର

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗତକାଳଇ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ସାଳନ୍ଦୀ ନଦୀରେ ବୁଡ଼ି ନିଖୋଜ ୨ କାଉଡ଼ିଆଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ପ୍ରାୟ ୨୨ ଘଣ୍ଟା ପରେ ଓଡ୍ରାଫ୍ ଟିମ୍ ଉଭୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଦୁଇ ମୃତକ ହେଲେ ଖଇରା ବ୍ଲକ ବରଜୟପୁର ଗ୍ରାମର ସୁବ୍ରତ ମହାକୁଡ଼ ଓ ରାଜେଶ ସାହୁ। ତେବେ ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ବରଦା ଗାଁରେ ସାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀପୁର ଗାଁର ୧୮ଜଣ କାଉଡ଼ିଆ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ଯାଇଥିଲେ। ସମସ୍ତେ ନଦୀରେ ବୁଡ଼ପକାଇ ପାଣି ନେଉଥିବା ବେଳେ ରାଜେନ୍ଦ୍ର ସାହୁ ଓ ସୁବ୍ରତ ମହାକୁଡ଼ଙ୍କ ଗୋଡ଼ ଖସିଯିବାରୁ ସେମାନେ ଭାସି ଯାଇଥିଲେ।

ଗତକାଲି ଠାରୁ ଓଡ୍ରାଫ ଟିମ ଏବଂ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ମିଳି ନଥିଲା। ଆଜି ସକାଳେ ଓଡ୍ରାଫ ଟିମ ସାନଜୟୀପୁର ଗାଁର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି। ଏହାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.