ଓଡ଼ିଆ ନ୍ୟୁଜ୍: ଚିପିଲିମା ପାୱାର ଚ୍ୟାନେଲ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର।୨ ଦିନ ପୂର୍ବରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ।ମୃତକ ବଲାଙ୍ଗିରର ସୌରଭ ସମ୍ବିତ, ଜୀବନ ହାରିଥିବା ଅନୁମାନ। ଭୀମସାରରେ ମା’ ଚିକିତ୍ସାଧୀନ ଥିବା ବେଳେ ନିଖୋଜ ହୋଇଥିଲେ ସମ୍ବିତ। ମା’ଙ୍କ ମୋବାଇଲ୍କୁ ଭାବବିହ୍ବଳ ମେସେଜ୍ ପଠାଇ ନିଖୋଜ ହୋଇଥିଲେ। ସୂଚନା ଅନୁସାରେ, ବଲାଙ୍ଗୀର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠୀ କୌଣସି ଜଟିଳ ରୋଗରେ ଆକ୍ରାନ୍ତ ମା’ଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମ୍ସାରରେ ଭର୍ତ୍ତି କରିଥିଲେ। ତେବେ ମା’ଙ୍କ ଅସହ୍ୟ ଯନ୍ତ୍ରଣା ଦେଖି ସୌରଭ ଭାଙ୍ଗି ପଡ଼ିଥିଲେ। ସେ ମା’ଙ୍କୁ ଭିମ୍ସାରରେ ଏକାକୀ ଛାଡ଼ିଦେଇ ବୁଧବାର ରାତିରେ ହଠାତ କୁଆଡ଼େ ଚାଲି ଯାଇଥିଲେ। ପରେ ସେ ତାଙ୍କ ମା’ଙ୍କ ମୋବାଇଲକୁ ମା’, ମୁଁ ତୁମ ଦୁଃଖ ଦେଖ ପାରୁନି। ବୁର୍ଲା କେନାଲକୁ ଡେଇଁ ମୋ ଜୀବନ ହାରିବି ବୋଲି ଏକ ଭାବବିହ୍ବଳ ବାର୍ତ୍ତା ପଠାଇଥିଲେ। ଯାହା ସୌରଭଙ୍କ ଆତ୍ମହତ୍ୟା ସନ୍ଦେହ ଘନୀଭୂତ ହୋଇଥିଲା।
ଫଳରେ ପରିବାର ଲୋକ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ଅନୁସନ୍ଧାନ କରିବା ସହ ସିସିଟିଭି କ୍ୟାମେରା ଯାଞ୍ଚ କରି ସୌରଭ ପାୱାର ଚ୍ୟାନେଲ ପଟେ ଯାଇ ଆଉ ଫେରି ନ ଥିବା ନିଶ୍ଚିତ ହେବାପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରି ଅଗ୍ନିଶମବାହିନୀ ସହାୟତାରେ ଶୁକ୍ରବାରଠାରୁ ପାୱାର ଚାନେଲରେ ଖୋଜାଖୋଜି ଆରମ୍ଭ କରିଥିଲା।