ବାର୍‌ହା ଫାଶ ନେଲା ନାବାଳକର ଜୀବନ

0

ଓଡ଼ିଆ ନ୍ୟୁଜ୍: ବାର୍‌ହା ଶିକାର ପାଇଁ ପଡ଼ିଥିବା ଫାଶରେ ପଡ଼ି ନାବାଳକ ମୃତ। ସେମିଳିଗୁଡ଼ା ବ୍ଲକ ଅଲିଗାଁ ସ୍କୁଲ ଜଙ୍ଗଲରେ ନାବାଳକର ମୃତ୍ୟୁ।ପ୍ରେମିକାକୁ ଭେଟିବାକୁ ଗଲାବେଳେ ଏଭଳି ଅଘଟଣ ଘଟିଥିବା ସୂଚନା।ସୂଚନାଯୋଗ୍ୟ, ଅଲିଗାଁ ସ୍କୁଲ ଜଙ୍ଗଲରେ ଥିବା ଏକ ଜମିରେ ବାରହା ଶିକାର ପାଇଁ ବିଦ୍ୟୁତ ଫାଶ ବିଛାଯାଇଥିଲା।

ଏହି ସମୟରେ ଯୁକ୍ତ ଦୁଇରେ ପଢୁଥିବା ନାବାଳକ ଜଣଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇଥିବାବେଳେ ଏହି ଫାଶ ସଂସ୍ପର୍ଶରେ ଆସିଥିଲେ। କରେଣ୍ଟ ଲାଗିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.