ଜଳପ୍ରପାତ ବୁଲିବାକୁ ଆସି ୨ ନାବାଳକ ନିଖୋଜ

0

ଓଡ଼ିଆ ନ୍ୟୁଜ୍: ରିଲ୍ସ ବନାଇବା ବେଳେ ଜଳପ୍ରପାତରେ ବୁଡ଼ିଗଲେ ଦୁଇ ଯୁବକ। ନବରଙ୍ଗପୁର କୋଷଗୁମୁଡ଼ା ପଞ୍ଚାୟତର ୨ ଯୁବକ ନିଖୋଜ।ଗୁଲୁମି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ ୫ ସାଙ୍ଗ।୨ ନିଖୋଜଙ୍କୁ ଖୋଜୁଛି କୋଟପାଡ଼ ଅଗ୍ନିଶମ ବାହିନୀ।ଗତ କିଛିଦିନ ହେବ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କୋଲାବ ନଦୀ ଜଳ ଗୁଲମୀ ଜଳପ୍ରପାତ ଦେଇ ପ୍ରବାହିତ ହେଉଛି ବୁଲୁବାକୁ ଆସିଥିବା ପିଲାମାନେ ଗୁଲମୀରେ ବିଭିନ୍ନ ସ୍ଥାନରେ ଫୋଟ ଉଠାଉ ଥିବା ସମୟରେ ଦୁଇ ନାବାଳକ ପ୍ରଖର ସ୍ରୋତରେ ଖସିି ପଡ଼ିଥିଲେ। ଫଳରେ ସାଙ୍ଗମାନେ ବହୁ ଖୋଜାଖୋଜି କଲା ପରେ କୋଟପାଡ଼ ଥାନାକୁ ଖବର ଦେଇଥିଲେ।

କୋଟପାଡ଼ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ପାଇ ନ ଥିଲେ। ସନ୍ଧ୍ୟା ହୋଇ ଆସୁଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ସୋମବାର ସକାଳେ ଜୟପୁର ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବାବେଳେ ଆଲୋକଙ୍କ ମୃତଦେହ ମିଳିଛି। ନିଖୋଜ ଜଣକ ହେଲେ କିରଣ ମିର୍ଗାନ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି l

Leave A Reply

Your email address will not be published.