ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ

0

ଓଡ଼ିଆ ନ୍ୟୁଜ୍: ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସକାଳୁ ଘରୁ ବାହାରି ନାବାଳକଟି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା।

ସେଠାରେ ନାବାଳକ ବୁଡ଼ିଯାଇଥିଲା। ମୃତ ନାବାଳକ ମରୁଆଁ ଗ୍ରାମର ପ୍ରଜ୍ଞାନ ସାହୁ(୯) ବୋଲି ଜଣାପଡ଼ିଛି।ପୋଖରୀରୁ ଗାଁ ଲୋକେ ତାକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରଜ୍ଞାନକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.