ଟ୍ରେନ୍‌ ଧକ୍କାରେ ଶୁଭମିତ୍ରାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: ରେଳ ଲାଇନ୍‌ ପାର୍ ହେବା ବେଳେ ଧକ୍କାଦେଲା ଟ୍ରେନ୍। ପଟିଆ ଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର। ଦମ୍ପତି ମୃତ କନେଷ୍ଟବଳ ଶୁଭମିତ୍ରାଙ୍କ ସମ୍ପର୍କୀୟ ହୋଇଥିବା ସୂଚନା।ଶୁଭମିତ୍ରାଙ୍କ ଶେଷକୃତ୍ୟ ପାଇଁ ପୁରୀ ଯାଇ ଫେରୁଥିଲେ ଦମ୍ପତି।ଗୁରୁତର ସ୍ବାମୀ କଟକ ସ୍ଥାନାନ୍ତର, ରେଲୱେ ପୋଲିସର ତଦନ୍ତ।ସୂଚନା ମୁତାବକ ରେଳଲାଇନ ପାର କଲା ବେଳେ ଧକ୍କା ଦେଲା ଟ୍ରେନ୍‌ । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ନମୁନା ପଠାଗଲା ଭୁବନେଶ୍ୱର । ଗଳିତ ମୃତଦେହର ସଠିକ୍‌ ରିପୋର୍ଟ ପାଇଁ କେନ୍ଦୁଝରରେ ବ୍ୟବସ୍ଥା ନାହିଁ । ତେଣୁ ଭୁବନେଶ୍ଵର ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଛି ନମୁନା । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁଭମିତ୍ରାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା । ମୃତ ମହିଳା କନେଷ୍ଟବଳଙ୍କ ୩ ଭାଇଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହୋଇଥିଲା । କିନ୍ତୁ ସଠିକ୍ ରିପୋର୍ଟ ପାଇଁ କେନ୍ଦୁଝରରେ ବ୍ୟବସ୍ଥା ନଥିବାରୁ ଭୁବନେଶ୍ୱରକୁ ନମୁନା ପଠାଯାଇଛି ।

Leave A Reply

Your email address will not be published.