ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ଆଉ ନାହାନ୍ତି ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟ । ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ଦେହାନ୍ତ ଘଟିଛି|ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା ।

ସେ ଅନେକ କ୍ଷେତ୍ରରେ ନିଜର ସାମ୍ରାଜ୍ୟ ବିସ୍ତାର କରି ନିଜ ଏକ ଜଣାଶୁଣା ଶିଳ୍ପପତି ଭାବରେ ନିଜକୁ ପ୍ରତିଷ୍ଠା କରିଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ଗତ ରବିବାର ତାଙ୍କୁ କୋକିଳାବେନ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ରକ୍ତଚାପ, ଡାଇବେଟିସ ଆଦି ରୋଗରେ ପୀଡ଼ିତ ଥିଲେ।  ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଆସିଥିଲା । ଏହାପରେ ଗତରାତିରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ଏନେଇ ସାହାର ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଶିକ୍ଷା, ସ୍ୱାସ୍ଥ୍ୟ, ମନୋରଞ୍ଜନ, ପର୍ଯ୍ୟଟନ, ହୋଟେଲ ବ୍ୟବସାୟ, କ୍ରୀଡ଼ା ଓ ଗଣମାଧ୍ୟମ ଆଦି କ୍ଷେତ୍ରରେ ସେ ପାଦ ଦେଇଥିଲେ। ଅନେକ କ୍ଷତି ସହିବା ପରେ ସୁବ୍ରତ କିଛି ବର୍ଷ ତଳେ ସାହାରା ଏୟାରଲାଇନ୍ସକୁ ବିକ୍ରି କରି ଦେଇଥିଲେ। ପ୍ରକାଶ ଥାଉ କି ଯମାକାରୀଙ୍କ ହଜାର ହଜାର କୋଟି ଟଙ୍କାକୁ ନେଇ ଏବେବି ବିବାଦ ଲାଗି ରହିଛି।ଏହି ଘଟଣାରେ ସୁବ୍ରତ ରାୟ କୌଣସି ଭୁଲ୍ କରିନଥିବା ଦାବି କରିଥିଲେ। ସୁବ୍ରତ କୋର୍ଟ ଅବମାନନା ଅଭିଯୋଗରେ ୨୦୧୪ରେ ଗିରଫ ହୋଇଥିଲେ। ଦୁଇବର୍ଷ ପରେ ଅର୍ଥାତ ୨୦୧୬ ପରଠାରୁ ସେ ଜାମିନରେ ଥିଲେ ।ଆଜି ମୁମ୍ବାଇରେ ତାଙ୍କ ଅନ୍ତିମ ଦର୍ଶନ ପରେ ଲକ୍ଷ୍ନୌ ନିଆଯିବ । ସେଠି ସାହାରା ସିଟିରେ ତାଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସୂଚନା ମିଳିଛି। ସୁବ୍ରତ ରାୟଙ୍କ ପତ୍ନୀ, ପୁଅ ଓ ଭାଇ ଅଛନ୍ତି।

ଏଥିସହ ସମାଜବାଦୀ ପାର୍ଟି ଏକ୍ସରେ ଏକ ପୋଷ୍ଟରେ ସୁବ୍ରତ ରାୟଙ୍କ ପରଲୋକରେ ସମବେଦନା ଜଣାଇଛି। ଦଳ କହିଛି, “ସାହାରାଶ୍ରୀ ସୁବ୍ରତ ରାୟଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ତାଙ୍କ ଆତ୍ମାର ସଦଗତି ହେଉ।

Leave A Reply

Your email address will not be published.