ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସୁପରଷ୍ଟାର ତଥା ଡିଏମଡିକେ ଚିଫ୍ କ୍ୟାପଟେନ ବିଜୟକାନ୍ତ ଆଉ ନାହାନ୍ତି। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ବିଜୟକାନ୍ତ କୋଭିଡ ପଜିଟିଜ ଚିହ୍ନଟ ହୋଇଥିଲେ |71 ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି ।
କୋଭିଡରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି(ଗୁରୁବାର) ବିଜୟକାନ୍ତଙ୍କ ଦେହାନ୍ତ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ତାମିଲ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଡିଏମଡିକେ ସଭାପତିଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ଦଳର କର୍ମୀ ।
ଡାକ୍ତରଖାନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନିମୋନିଆ ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଆଜି ସକାଳ ସମୟରେ ବିଜୟକାନ୍ତଙ୍କ ଦେହାନ୍ତ ହୋଇଛି । ଏନେଇ ସକାଳେ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବିଜୟକାନ୍ତଙ୍କ କୋରୋନା ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଆସିଛି । ଶ୍ବାସକ୍ରିୟାରେ ସମସ୍ୟା ହେତୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି ।
ବିଜୟକାନ୍ତଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଜୟକାନ୍ତଙ୍କ ଦେହାନ୍ତରେ ମୁଁ ଦୁଃଖିତ । ତାମିଲ ଚଳଚ୍ଚିତ୍ର ଜଗତରେ ସେ ଜଣେ ବର୍ଷିଆନ ଅଭିନେତା ଥିଲେ । ତାଙ୍କର ଅଭିନୟ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁଛି । ଜଣେ ରାଜନେତା ଭାବେ ସେ ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିଦେଇଥିଲେ । ତାଙ୍କର ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ । ସେ ମୋର ଜଣେ ଘନିଷ୍ଠ ବନ୍ଧୁ ଥିଲେ । ତାଙ୍କ ସହ କଥାବାର୍ତ୍ତା ହୋଇଥିବା ସମୟକୁ ମୁଁ ମନେ ପକାଉଛି । ଏପରି ଦୁଃଖଦ ସମୟରେ ତାଙ୍କର କର୍ମୀ ଓ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଉଛି ।