ଓଡ଼ିଆ ନ୍ୟୁଜ୍: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ କାବୁ କଲେ ଗାଁ ଲୋକ । ଦେବଗଡ଼ ଥାନା ଅଞ୍ଚଳରେ ଜଣେ ୫ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ସେ ଦୁଷ୍କର୍ମର ଶୀକାର ହୋଇଥିଲା । ଶିଶୁକନ୍ୟାର ଚିତ୍କାର ଶୁଣି ବାରକୋଟ ଥାନା ବାଲିରୋଇ ଗାଁର ଅଭିଯୁକ୍ତ ଉଦିତ ପାତ୍ରକୁ ଗାଁ ଲୋକ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ ।
ଉଦିତର ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଦେବଗଡ ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ଉଦିତକୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ପୋଲିସ ଆଜି ସକାଳୁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଧିକ ତଦନ୍ତ ଚଳାଇଛି । ଚିକିସା ପରେ ଅଭିଯୁକ୍ତ ଉଦିତକୁ କୋର୍ଟଚାଲାଣ କରାଯିବ ବୋଲି ଦେବଗଡ଼ ଏସପି କହିଛନ୍ତି ।