‘ମହରମ୍‌’ ପାଇଁ ଜୁଲାଇ ୨୮ ପରିବର୍ତ୍ତେ ଜୁଲାଇ ୨୯ ତାରିଖ ଛୁଟି ଘୋଷଣା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଚଳିତ ଜୁଲାଇ ୨୯ ତାରିଖ (ଶନିବାର) ଦିନ ‘ମହରମ୍‌’ ପର୍ବ ପଡ଼ୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୮ (ଶୁକ୍ରବାର) ଦିନଟିକୁ ‘ମହରମ୍‌’ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ପରିବର୍ତ୍ତିତ ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୮ ତାରିଖ ପରିବର୍ତ୍ତେ ଜୁଲାଇ ୨୯ ତାରିଖ (ଶନିବାର) ଦିନଟିକୁ ‘ମହରମ୍‌’ ପର୍ବ ନିମନ୍ତେ ଛୁଟି ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଜୁଲାଇ ୨୯ ତାରିଖ ଦିନ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଏବଂ ରାଜସ୍ୱ ଓ ମାଜିଷ୍ଟ୍ରିଆଲ୍‌ କୋର୍ଟ (ଏକ୍‌ଜିକୁଟିଭ୍‌) ବନ୍ଦ ରହିବ ।

Leave A Reply

Your email address will not be published.