ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାତୀୟ ଉଦ୍ୟାନ ଭିତରକନିକାରେ ପୁଣି ହରିଣ ଶିକାର। ଜାତୀୟ ଉଦ୍ୟାନ ଭିତରକନିକା ଅଭୟାରଣ୍ୟକୁ କିଏ ବା ନଜାଣେ ଏଠାକାର ଜବ୍ୟ ବିବିଧତା ଏବଂ ବନ୍ୟଜନ୍ତୁ ଙ୍କ ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଅଧିକାର କରିଛି ଭିତରକନିକା | କିନ୍ତୁ ଏହି ପକୃତିର ରାଣୀ ଭିତକନିକାର ବନ୍ୟଜନ୍ତୁ ଏବେ ବିପଦ ରେ ବାରମ୍ବାର ଏହି ବନ୍ୟଜନ୍ତୁ ଙ୍କୁ ଶିକାର କରୁଛନ୍ତି ମାଫିଆ ଗୋଷ୍ଠୀ | ଗୋଟିଏ ମାସରେ ଦୁଇ ଦୁଇଥର ହରିଣ ଶିକାର କରିଛନ୍ତି ମାଫିଆ ଗୋଷ୍ଠୀ |
ଗତ ୫ ତାରିଖ ଦିନ ଖୋଳା ଘାଟ ଠାରୁ ବନ ବିଭାଗ ୬ କେଜି ହରିଣ ମାଂସ ଜବତ କରିବା ସହିତ ୪ ଜଣ ଶିକାରୀ ଙ୍କୁ ଗିରଫ କରିଥିଲା | ସେହି ଘଟଣାକୁ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ପୁଣି ସେହିଭଳି ଘଟଣା ଗତକାଲି ଘଟିଯାଇଛି | ଗତକାଲି ରାତ୍ର ପେଟ୍ରୋଲିଂ ସମୟରେ ଖବର ପାଇ ଅତିରିକ୍ତ ବନ ସଂରକ୍ଷକ ମାନସ କୁମାର ଦାସଙ୍କ ତତ୍ୱାବଧାନରେ ଫରେଷ୍ଟର ଲକ୍ଷ୍ମୀଧର ବାରିକ, ଫରେଷ୍ଟଗାର୍ଡ ଗୋବିନ୍ଦ ସିଂ ଏବଂ ସତିଶ ଲାକ୍ରା,ଗୋରାଚାନ୍ଦ ସିଂ ଜାତୀୟ ଉଦ୍ୟାନ ମଧ୍ୟସ୍ତ୍ କଣ୍ଟିଆଖାଇ ସଂରକ୍ଷିତ ଜଙ୍ଗଲ ରେ ହରିଣ ଶିକାର କରି ମାଂସ କାଟୁଥିବା ସମୟରେ ଆସାମୀ ସୁରେନ୍ଦ୍ର ଦାସ ଙ୍କୁ ଗିରଫ କରିବା ସହ ୧୨ କେଜି ମାଂସ ଜବତ କରିଛି |
ଏବଂ ସେହି ସ୍ଥାନରୁ ୪ ଟି ଫାସ, ଗୋଟିଏ କଟୁରୀ,ଓ ଗୋଟିଏ କୁରାଢି ଜବତ କରିଛି ବନ ବିଭାଗ | ସବୁଠୁ ବଡ କଥା ହେଲା ଆସାମୀ ସୁରେନ୍ଦ୍ର ଦାସ ନିଜେ ବନ ବିଭାଗ ସହିତ ରହି ଜଙ୍ଗଲ କୁ ସୁରକ୍ଷା ଦେଉଥିବା ବେଳେ ଲୋଭୋ କୁ ସମ୍ଭାଳି ନ ପାରି ହରିଣ ଶିକାର କରିଛନ୍ତି ବୋଲି ନିଜେ କ୍ୟାମେରା ଆଗାରେ ମନ୍ତବ୍ୟ ଦେଇଛନ୍ତି ଏବଂ ପୁର୍ବରୁ ଏହି ହରିଣ ଶିକାର ଘଟଣା ରେ ପୁର୍ବରୁ ଗିରଫ ହୋଇଥିବା କଥା ମଧ୍ୟ କହିଛନ୍ତି | ଏହି ସମସ୍ତ ଘଟଣାକୁ ଆଧାର କରି ଅତିରିକ୍ତ ବନ ସଂରକ୍ଷକ ମାନସ କୁମାର ଦାସ କହିଛନ୍ତି |
ପୁର୍ବରୁ ଭିତରକନିକା ଅଭୟାରଣ୍ୟ ରେ ଶିକାରୀ ମାନଙ୍କ ଦ୍ଵାରା ଅନେକ ହରିଣ ଶିକାର ହେଉଥିଲା | ବର୍ତ୍ତମାନ ତାହା କମି ଯାଇଛି ଅଳ୍ପ କେଇଜଣ ଅଛନ୍ତି ଯେଉଁମାନେ ଜଙ୍ଗଲକୁ ନଗଲେ ରହିପାରିବେନି ଠିକ୍ ସେହି ମାନେ ହିଁ ହରିଣ ଶିକାର କରୁଛନ୍ତି ତାଙ୍କ ଭିତରେ ସୁରେନ୍ଦ୍ର ଦାସ ଜଣେ, ତେଣୁ ସୁରେନ୍ଦ୍ରଙ୍କ ଉପରେ ସେକ୍ସନ ୯,୨୭,୨୯,୩୧A ଏବଂ ଜଙ୍ଗଲ ସୁରକ୍ଷା ଆଇନ ୧୯୭୨ ରେ କୋର୍ଟ ଚାଲାଣ କରା ଯାଇଥିବା ନେଇ ଅତିରିକ୍ତ ବନ ସଂରକ୍ଷକ ମାନସ କୁମାର ଦାସ ସୂଚନା ଦେଇଛନ୍ତି।