ଓଡ଼ିଆ ନ୍ୟୁଜ୍: ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ। ଏଣିକି ପ୍ରଦୂଷଣ ସାର୍ଟିଫିକେଟ ନ ଦେଖାଇଲେ ଟାଙ୍କିରେ ତେଲ ମିଳିବନି। କେବଳ ଆମ୍ବୁଲାନ୍ସ,ଅଗ୍ନିଶମ ଓ ପୋଲିସ ବିଭାଗର ଗାଡିକୁ ମିଳିବ ରିହାତି।ୱାର୍କ ଫ୍ରମ ହୋମ ନିୟମ ସହ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍।୪ ଦିନ ଧରି ଦିଲ୍ଲୀରେ ବାୟୁର କ୍ବାଲିଟି ୪୦୦ରୁ ଅଧିକ ରହି ଆସିଛି।
୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନକୁ ନେଇ ପୂର୍ବରୁ ଦେଇଥିବା ଆଦେଶରେ ସଂଶୋଧନ କରିଛନ୍ତି। ତାଙ୍କର ନୂତନ ଆଦେଶରେ, ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ-ଏନସିଆରରେ କେବଳ BS4 ଏବଂ ନୂତନ ଯାନଗୁଡ଼ିକୁ ଛାଡ଼ ଦିଆଯିବ। ସଂଶୋଧିତ ଆଦେଶରେ BS-3 ଯାନଗୁଡ଼ିକୁ ଛାଡ଼ରୁ ବାଦ ଦିଆଯାଇଛି। ଏହା ସହିତ ଘରୁ କାମ କରିବା, ନିର୍ମାଣ ସାମଗ୍ରୀ ବୋଝେଇ ଯାନବାହନ ଉପରେ ପ୍ରତିବନ୍ଧନକ ଓ ରାଜଧାନୀକୁ ଆସୁଥିବା ସବୁ ଗାଡ଼ି ପାଖରେ Pollution Under Control certificates ରଖିବାର ନିୟମ ଲାଗୁ କରାଯାଇଛି। ଆଜିଠୁ ଦିଲ୍ଲୀରେ ଏହି ନିୟମ ଲାଗୁ ହେବ।