ଦିଲ୍ଲୀ ବିସ୍ଫୋରଣର ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବ୍ଲାଷ୍ଟ ଘଟଣା, ଆଖିବୁଝିଲେ ଆଉ ଜଣେ ପୀଡିତ। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୩ କୁ ବୃଦ୍ଧି। ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୃତ୍ୟୁସଂଖ୍ୟା ଏବେ ୧୨ରୁ ୧୩କୁ ବଢ଼ିଛି। LNJP ହସ୍ପିଟାଲର ICUରେ ଭର୍ତ୍ତି ହୋଇଥିବା ୩୫ ବର୍ଷୀୟ ପୀଡ଼ିତ ବିଲାଲ ହସନଙ୍କ ମୃତ୍ୟୁ ଘଟିଛି।

ବିସ୍ଫୋରଣରେ ବିଲାଲ ଗୁରୁତର ଆହତ ହୋଇଥିଲେ, ଯେଉଁଥିରେ ତାଙ୍କ ଅନ୍ତନଳୀ ଏବଂ ଫୁସଫୁସ ମଧ୍ୟ ଫାଟି ଯାଇଥିଲା। ସୋମବାର ତାଙ୍କୁ LNJPର ICUରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ। LNJPରେ ଲାଲକିଲ୍ଲା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ୨୦ଜଣ ଆହତ ଚିକିତ୍ସିତ ହେଉଛନ୍ତି, ଯାହାଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଅଛି। ସମସ୍ତ ଗୁରୁତର ଆହତଙ୍କୁ ICUରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.