ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିସ୍ଫୋରଣକୁ ନେଇ ତଦନ୍ତକାରୀ ସଂସ୍ଥାଗୁଡ଼ିକର ବଡ଼ ଖୁଲାସା।ଡିସେମ୍ବର ୬ରେ ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିଲେ ଆତଙ୍କବାଦୀ।ଦିଲ୍ଲୀ-NCR ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିଲେ। ବାବ୍ରି ମସଜିଦ୍ ଭଙ୍ଗା ଘଟଣାର ପ୍ରତିଶୋଧ ପାଇଁ ସିରିଜ୍ ବ୍ଲାଷ୍ଟ ଯୋଜନା ଥିଲା।ଏଥିପାଇଁ ସୁନିୟୋଜିତ ପର୍ଯ୍ୟାୟ କ୍ରମେ ଯୋଜନା କରିଥିଲେ ଆତଙ୍କବାଦୀ।
ପ୍ରଥମ ପର୍ଯ୍ୟାୟରେ ଜୈଶ୍-ଏ-ମହମ୍ମଦର ମଡ୍ୟୁଲ ଗଠନ କରିଥିଲେ।ଦ୍ବିତୀୟ ପର୍ଯ୍ୟାୟ- ନୁହ ଓ ଗୁରୁଗ୍ରାମରେ IED ଓ ଗୋଳାବାରୁଦ ପାଇଁ କଞ୍ଚାମାଲ୍ କିଣିଥିଲେ। ତୃତୀୟ ପର୍ଯ୍ୟାୟ- ବିସ୍ଫୋରଣ ପାଇଁ ଆଇଇଡି ପ୍ରସ୍ତୁତ କରିଥିଲେ।ତଦନ୍ତକାରୀ ସଂସ୍ଥା ଅନୁସାରେ ଅଗଷ୍ଟ ମାସରେ ବିସ୍ଫୋରଣ ଯୋଜନା ଥିଲା।କିନ୍ତୁ ଅପରେସ୍ନାଲ୍ରେ ବିଳମ୍ବ ଯୋଗୁଁ ଡିସେମ୍ବର ୬କୁ ନୂଆ ତାରିଖ ଭାବେ ବାଛିଥିଲେ।