ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କଲେ ଯୁବକ । ଜନଶୁଣାଣି ବେଳେ ହୋଇଛି ଆକ୍ରମଣ । ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବା ବେଳେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିଛନ୍ତି । ନିଜ ଅଭିଯୋଗ ନେଇ ମୁଖ୍ଯମନ୍ତ୍ରୀଙ୍କ ପାଖକୁ ଆସିଥିବା ବେଳେ ଯୁବକ ହଠାତ୍ ରେଖାଙ୍କୁ ଚାପୁଡା ମାରିଥିବା ସୂଚନା ମିଳିଛି । ସେପଟେ ଏହି ଘଟଣାରେ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ତେବେ ଆକ୍ରମଣକାରୀଙ୍କ ନାମ ରାଜେଶ ଖିମଜୀ । ତାଙ୍କ ଘର ଗୁଜୁରାଟ ରାଜକୋଟର । ତାଙ୍କ ବୟସ ୪୧ । ତେବେ ଆକ୍ରମଣ ପରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀଙ୍କ ମୁଣ୍ଡରେ ଲାଗିଛି ଆଘାତ । ଚେୟାର ବାଜି ଯିବାରୁ ମୁଣ୍ଡରେ ଆଘାତ ସୂଚନା । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି ନେଇ ବିରାଟ ପ୍ରଶ୍ନ ଉଠିଛି । ତାସହ ଦିଲ୍ଲୀରେ ମହିଳା କେତେ ସୁରକ୍ଷିତ ସେନେଇ ବି ପ୍ରଶ୍ନ ଉଠିଛି ।