ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଲବଲ କରୁଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ବାୟୁ। ଧୂଳି ଓ ଧୂଆଁର ମୋଟା ଚାଦର ତଳେ ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଲାଗି ଘରୁ ବାହାରିବା ହୋଇପଡିଛି ମୁସ୍କିଲ। ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି। ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସରକାରୀ କର୍ମଚାରୀଙ୍କୁ ଘରକୁ କାମ କରୁବାକୁ ଦିଲ୍ଲୀ ସରକାର କହିଛନ୍ତି।
“ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ସରକାରୀ କାର୍ଯ୍ୟାଳୟରେ ଘରୁ କାର୍ଯ୍ୟ କରିବା ବା ୱାର୍କ ଫ୍ରମ୍ ହୋମ୍କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କଲେ କିଛି ମାତ୍ରାରେ ପ୍ରଦୂଷଣକୁ ରୋକାଯାଇପାରେ। ଏହାର କାର୍ଯ୍ୟକାରିତା ପାଇଁ ଆଜି ଅପରାହ୍ନ ୧ଟାରେ ସଚିବାଳୟରେ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ।” ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ହିନ୍ଦୀରେ ଏକ ଟ୍ୱିଟ କରିଛନ୍ତି। ଦିଲ୍ଲୀରେ ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏଥିପାଇଁ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ। ଆଖିପୋଡିବା ସହ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି।
ଲଗାତାର ଭାବେ ୮ ଦିନ ହେବ ଏକ୍ୟୁଆଇ ସାଂଘାତିକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)-୪ ଲାଗୁ କରାଯାଇଛି। ଏହାର ବ୍ୟବହାରକୁ ନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୁଲିସ ମଙ୍ଗଳବାର ରାତିରେ ପେଟ୍ରୋଲିଂ କରିବା ସହ ବିଭିନ୍ନ ଯାନ ଯାଞ୍ଚ କରିଥିଲା। ମଙ୍ଗଳବାର ଦିନ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ରକୁ ଚିଠି ଲେଖି ସହରରେ କୃତ୍ରିମ ବର୍ଷା ପାଇଁ ଅନୁମତି ମାଗିଛନ୍ତି। ଆଇଆଇଟି କାନପୁର ଏବଂ କେନ୍ଦ୍ର ସରକାରୀ ଏଜେନ୍ସିର ବିଶେଷଜ୍ଞଙ୍କ ସହ ଏକ ବୈଠକ କରିବାକୁ ସେ କେନ୍ଦ୍ରକୁ କହିଛନ୍ତି।
Comments are closed.