ଭୂମିକମ୍ପରେ ଦୋହଲିଲା ଦିଲ୍ଲୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର କମ୍ପନ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରହିଥିଲା। ଆଫଗାନିସ୍ତାନ ସମୟ ଅନୁଯାୟୀ, ସକାଳ ୧୧ଟା୨୬ରେ ଏହି ଭୂକମ୍ପ ଘଟିଥିଲା, ଯାହାର ପ୍ରଭାବ ଦିଲ୍ଲୀ ପର୍ଯ୍ୟନ୍ତ ଦେଖାଦେଇଥିଲା।

ଦିଲ୍ଲୀ, ଦିଲ୍ଲୀ ଏନ୍‌ସିଆର୍‌, ନଏଡା, ଗାଜିଆବାଦରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଫଳରେ ଲୋକ ଭୟରେ ଘରୁ ବାହାରକୁ ଚାଲି ଆସିଛନ୍ତି। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ କାବୁଲ ଠାରୁ କିଛି ମାତ୍ରା ଦୂରରେ ପୃଥିବୀ ପୃଷ୍ଠଠାରୁ ୨୫୫ କିଲୋମିଟର ଗଭୀରରେ ଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହି ଭୂମିକମ୍ପ ଯୋଗୁ କାହାର କିଛି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବ ଦିଲ୍ଲୀରେ ମଧ୍ୟ ଅନୁଭୂତ ହୋଇଥିଲା। ଦିଲ୍ଲୀ, ଦିଲ୍ଲୀ-ଏନସିଆର,ନୋଏଡା ଏବଂ ଗାଜିଆବାଦରେ ଏହି କମ୍ପନ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ଯୋଗୁ କାହାର କିଛି କ୍ଷୟକ୍ଷତି କିମ୍ବା କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

Leave A Reply

Your email address will not be published.