ଶେଖ୍‌ ଇମ୍ରାନଙ୍କ ଘରେ STF

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ପୋଲିସ ଦ୍ୱାରା ଆତଙ୍କୀ ଲିଙ୍କ୍‌ରେ ଶେଖ୍‌ ଇମ୍ରାନ ଗିରଫ ଘଟଣା। ଇମ୍ରାନଙ୍କ ଘରେ କ୍ରାଇମବ୍ରାଞ୍ଚ STF ଟିମ୍‌ର ଖୋଳତାଡ଼। ଅତିରିକ୍ତ SPଙ୍କ ନେତୃତ୍ୱରେ ଇମ୍ରାନଙ୍କ ଘରେ ଚାଲିଛି ଯାଞ୍ଚ।ଇମ୍ରାନ ସହ ସମ୍ପର୍କରେ ଥିବା ଏକାଧିକ ଯୁବକଙ୍କୁ ପଚରାଉଚରା।

ତେବେ ଇମ୍ରାନ ସହ ଦିଲ୍ଲୀ ଯାଇଥିବା କଥା ସ୍ୱୀକାର କରିଛି ସନ୍ଦିଗ୍ଧ । ଟ୍ରେନ୍ ଯୋଗେ ଯାଇ ବସ୍‌ରେ ଫେରିଥିବା କଥା ମଧ୍ୟ ସ୍ୱୀକାର କରିଛି ଉକ୍ତ ଯୁବକ । କେବଳ ସେତିକି ନୁହେଁ, ସେ ଦୁଇ ଦୁଇଟି ଗ୍ରୁପ୍‌ର ଆଡମିନ୍ ହେବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଉସକାଇବା ଭଳି ମନ୍ତବ୍ୟ ବାବଦରେ ପୋଲ୍ କରିଛନ୍ତି ଇମ୍ରାନର ସାଙ୍ଗ ।

ସେପଟେ ଶେଖ୍‌ ଇମ୍ରାନର ଘରେ କ୍ରାଇମବ୍ରାଞ୍ଚ STF ଟିମ୍‌ ଖୋଳତାଡ଼ କରିଛି । ଅତିରିକ୍ତ SPଙ୍କ ନେତୃତ୍ୱରେ ଇମ୍ରାନର ଘରେ ଯାଞ୍ଚ ଚାଲିଛି । ଇମ୍ରାନ ସହ ସମ୍ପର୍କରେ ଥିବା ଏକାଧିକ ଯୁବକକୁ ମଧ୍ୟ ପଚରାଉଚରା ।

Leave A Reply

Your email address will not be published.